ସେଣ୍ଟ୍ରାଲ ପୂଜା କମିଟି ର ବୈଠକ: ଡିଜେ ଓ ପ୍ଲାଷ୍ଟିକ କୁ ବାଏ ବାଏ

You are currently viewing ସେଣ୍ଟ୍ରାଲ ପୂଜା କମିଟି ର ବୈଠକ: ଡିଜେ ଓ ପ୍ଲାଷ୍ଟିକ କୁ ବାଏ ବାଏ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ସେଣ୍ଟ୍ରାଲ ପୂଜା କମିଟିର ସ୍ଵତନ୍ତ୍ର ବୈଠକ ଆୟୋଜିତ ହୋଇଥିଲା।ଏଥିରେ ଆସନ୍ତା ଦୁର୍ଗା ପୂଜା ଏବଂ ଲକ୍ଷ୍ମୀ ପୂଜାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେଥିନେଇ ଆଲୋଚନା ହୋଇଥିଲା।

ସେଣ୍ଟ୍ରାଲ ପୂଜା କମିଟିର ସଭାପତି ସୁନିଲ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ବୈଠକ ରେ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଯୋଗ ଦେଇଥିଲେ। ବୈଠକରେ ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ଏଗାରଟା ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ତୋରଣ ସବୁକୁ ଅଠର ଫୁଟ ଲମ୍ବା ଓ ଅଠର ଫୁଟ ଓସାର ରଖିବାକୁ ମଧ୍ୟ ନିଷ୍ପତ୍ତି ନିଆଗଲା ।କୌଣସି ପୂଜା କମିଟି ଭସାଣିରେ ଡିଜେ ନେବେନାହିଁ ଏବଂ ଏକ ପ୍ରଦୂଷଣମୁକ୍ତ ପରିବେଶ ପାଇଁ ପ୍ଲାଷ୍ଟିକ କପ୍ କିମ୍ବା ଗ୍ଲାସ ବ୍ୟବହାର ନକରିବାକୁ କମିଟି କର୍ମକର୍ତ୍ତା
ସହମତି ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମିଟି ସାଧାରଣ ସମ୍ପାଦକ ଦିଲୀପ ପ୍ରଧାନ, କୋଷାଧ୍ୟକ୍ଷ ଅମରେଶ ସ୍ୱାଇଁ,ଉପଦେଷ୍ଟା ନୀଳମଣି ରାଉତ,ଆଇନ ପରାମର୍ଶଦାତା ଦିଲୀପ ଦାସଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗଦାନ କରିଥିଲେ ।

Share

Leave a Reply