ଟଙ୍କା ଫିଙ୍ଗୁଥିଲେ ମୁଖ୍ୟଯନ୍ତ୍ରୀ, ମାଡ଼ିବସିଲା ଭିଜିଲାନ୍ସ: ୨ କୋଟି ଜବତ; କାଲି ନେଇଥାନ୍ତେ ଅବସର

You are currently viewing ଟଙ୍କା ଫିଙ୍ଗୁଥିଲେ ମୁଖ୍ୟଯନ୍ତ୍ରୀ, ମାଡ଼ିବସିଲା ଭିଜିଲାନ୍ସ: ୨ କୋଟି ଜବତ; କାଲି ନେଇଥାନ୍ତେ ଅବସର

ଅନୁଗୁଳ: ଧରାପଡ଼ିବା ଡରରେ ଫିଙ୍ଗୁଥିଲେ ଟଙ୍କା। ମାଡ଼ି ବସିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ସ୍ଥିତ ଗ୍ରାମ୍ୟ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ମୁଖ୍ୟଯନ୍ତ୍ରୀଙ୍କ ଘରେ ବିଡ଼ା ବିଡ଼ା ନୋଟ୍ ଦେଖି ଭିଜିଲାନ୍ସ ଟେରା। ମେସିନ୍ ସାହାଯ୍ୟରେ ଚାଲିଛି ଟଙ୍କା ଗଣା। ନଗଦ ୨କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ। ଆସନ୍ତାକାଲି ତାଙ୍କ ଚାକିରି କାର୍ଯ୍ୟକାଳ ସରିଥାନ୍ତା। ହେଲେ ଅବସର ପୂର୍ବରୁ ମାଡ଼ିବସିଛି ଭିଜିଲାନ୍ସ।

ମୁଖ୍ୟଯନ୍ତ୍ରୀଙ୍କ ଅନୁଗୁଳ କରଡ଼ାଗାଡ଼ିଆ ସ୍ଥିତ ଘରୁ ୧ କୋଟି ୪୦ ଲକ୍ଷ ଓ ଭୁବନେଶ୍ବରସ୍ଥିତ ଫ୍ଲାଟ୍‌ରୁ ମିଳିଲା ୧ କୋଟି ଟଙ୍କା। ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢ଼ଉ। ଅନୁଗୁଳ, ପିପିଲି ଓ ଭୁବନେଶ୍ବରରେ ରେଡ୍ ଚାଲିଛି। ଅନୁଗୁଳର ୪ଟି ସ୍ଥାନ କରଡ଼ାଗାଡ଼ିଆ, ଲକେଇପସି, ମଟିଆସାହି ଏବଂ ଶିକ୍ଷକପଡ଼ାରେ ହେଉଛି ଚଢ଼ଉ। ଅନୁଗୁଳ, ଢେଙ୍କାନାଳ, କଟକ ଟିମ୍‌ର ୮ଜଣିଆ ସଦସ୍ୟ ଚଢ଼ଉରେ ସାମିଲ ଥିବା ଜଣାଯାଇଛି।

Share

Leave a Reply