ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତାର ଉଦ୍ୟାନ କୃଷି ବିଭାଗର ଅଧୀନରେ ଥିବା ନାକଚୀ ଫାର୍ମ ବୁଲି ଦେଖିଥିଲେ। ଲିଚୁ ଚାଷ ପାଇଁ ପ୍ରସିଦ୍ଧ ଏହି ଫାର୍ମ ବୁଲି ଦେଖିବା ସହ ଜିଲ୍ଲାପାଳ ଏଠାରେ ସପୁରୀ ସମେତ ଅନ୍ୟାନ୍ୟ ଫଳ, ଫୁଲ ଚାଷ ଏବଂ ମହୁ ଚାଷ ଉପରେ କିପରି ବିକାଶ ହୋଇ ପାରିବ ସେଥିନେଇ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଫାର୍ମର ଭିତ୍ତି ଭୂମିର ବିକାଶ କରି ଉନ୍ନତ ମାନର କଲମୀ ପଦ୍ଧତିରେ ଫଳ ଚାଷ କରିବାକୁ ଫାର୍ମର କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲାରେ ଫଳ ଚାଷ ପାଇଁ ନାକଚି ଫାର୍ମର ସ୍ଵତନ୍ତ୍ର ପ୍ରସିଦ୍ଧି ରହିଛି।
ନାକଚି ଫାର୍ମ ବୁଲି ଦେଖିଲେ ଜିଲ୍ଲାପାଳ:ଫୁଲ ଓ ଫଳ ଚାଷ ଉପରେ ଗୁରୁତ୍ବ
- Post published:August 2, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
Tags: Angul


