ଅନୁଗୁଳ ମହାବିଦ୍ୟାଳୟ ପୁରାତନ ଛାତ୍ରଙ୍କ ବୈଠକ

You are currently viewing ଅନୁଗୁଳ ମହାବିଦ୍ୟାଳୟ ପୁରାତନ ଛାତ୍ରଙ୍କ ବୈଠକ

ଅନୁଗୁଳ: ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବୈଠକ କଲେଜ ପରିସରରେ ଆୟୋଜିତ ହୋଇଥିଲା। ଅଧ୍ୟକ୍ଷ ନୀଳାଞ୍ଚଳ ପଟେଲ ଅଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅନେକ ପୁରାତନ ଛାତ୍ର ଯୋଗ ଦେଇ କଲେଜର ବିଭିନ୍ନ ସାମ୍ପ୍ରତିକ ସମସ୍ୟା ଉପରେ ଆଲୋଚନା କରିଥିଲେ। ଷ୍ଟାଫ ସମସ୍ୟା, ପରିମଳ, ପାଣି ସମସ୍ୟା, ଭିତ୍ତି ଭୂମି ରା ଉନ୍ନତି, ଖେଳ ପଡିଆର ଉନ୍ନତି ଉପରେ ସବିଶେଷ ଆଲୋଚନା ହୋଇଥିଲା। ବୈଠକରେ ନାକ ଟିମ ଆସିବା ପୂର୍ବରୁ କଲେଜର ସମସ୍ୟା ଦୂର ନିମନ୍ତେ ଚେଷ୍ଟା କରାଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିନେଇ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକବଦେବେ ବୋଲି ପ୍ରସ୍ତାବ ଗୃହୀତ ହୋଇ ଥିଲା। ବୈଠକରେ ଡା ଏସସି ରାଜହଂସ, ଡା ମନୋରଞ୍ଜନ ମିଶ୍ରଙ୍କ ସମେତ ପୁରାତନ ଛାତ୍ରଙ୍କ ମଧ୍ୟରେ ଶକ୍ତି ପଟନାୟକ, ଦେବାଶିଷ ପଟନାୟକ,ଭୂପେଶ ପ୍ରଧାନ, ତପନ ପ୍ରଧାନ,ତପନ ଦେହୁରୀ,ସୁଧିରେନ୍ଦ୍ର ପରିଜା,ଡା ଧରଣୀ ଧର ନାଥ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply