ଅନୁଗୁଳ: ଆଜି ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକବଓ ସ୍ନାତକୋତ୍ତର ବିଭାଗର ପରୀକ୍ଷା ଫଳ ପ୍ରକାଶିତ। ଏଥିନେଇ ମହାବିଦ୍ୟାଳୟ ପକ୍ଷରୁ ଏକ ସଭା ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମହାବିଦ୍ୟାଳୟ ଅଧ୍ଯକ୍ଷ ଡ଼ା ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପରୀକ୍ଷା ନିୟନ୍ତ୍ରକ ରୀନା ମାରାଣ୍ଡି, ପ୍ରାଣୀ ବିଜ୍ଞାନ ମୁଖ୍ୟ ସୁଶାନ୍ତ କୁମାର ପ୍ରଧାନ, ଡେପୁଟି କନଟ୍ରୋଲର ପ୍ରଭାତୀ ଭୋଇଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଏବଂ କଲେଜର କର୍ମଚାରୀ ମାନେ ଯୋଗ ଦେଇଥିଲେ।
ଅଧ୍ୟକ୍ଷ ଡ଼ା ସାହୁ ପିଲା ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସ୍ନାତକ କଳାରେ ୮୩.୩୯ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ୯୬.୨୩ ପ୍ରତିଶତ, ବାଣିଜ୍ୟ ଲରେ ୭୪.୮୫, ବିବିଏରେ ୮୬ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍ନାତକ କଳା ଅର୍ଥନୀତିରେ ଲିପ୍ସା ସାହୁ ୭.୭୯ ସିଯିପିଏ ରଖି ଟପର ହୋଇଥିବା ବେଳେ ଶିକ୍ଷାରେ ବର୍ଷା ପ୍ରିୟଦର୍ଶିନୀ ମହାନ୍ତି ୮.୨୧ ସିଜିପିଏ, ଇଂରାଜୀରେ ବର୍ଷା ପ୍ରିୟଦର୍ଶନୀ ନାଏକ ୭.୬୪ ଶିଯିପିଏ ରଖି ଟପର ହୋଇଛନ୍ତି। ଭୂଗୋଳରେ ସୁଚିତ୍ରା ସାହୁ,୯.୩୬,ଇତିହାସରେ ସାନିଆ ସାହୁ ୮.୯୩ ଓଡ଼ିଆରେ ଅର୍ଚ୍ଚିତା ସାହୁ,୮.୭୯,ଦର୍ଶନ ରେ ସୁନୀଲ କୁମାର ସାହୁ, ୭.୮୬ ସିଯିପିଏ, ରାଜନୀତି ବିଭାଗରେ ଆଦ୍ୟାସା ନାୟକ,୮.୭୯, ସଂସ୍କୃତରେ ସୁନନ୍ଦା ସାହୁ ୮.୧୪, ସୋସିଓଲୋଜିରେ ପ୍ରଜ୍ଞାଦତ୍ତ ନାୟକ,୮.୫୦ ଏବଂ ହିନ୍ଦୀ ରେ ଇଶାରାଣୀ ନାଏକ ୮.୨୧ ସିଯିପିଏ ରଖି ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି।
ସେହିଭଳି ଉଦ୍ଭିଦ ବିଜ୍ଞାନରେ ଜଗଦ୍ଧାତ୍ରୀ ପ୍ରିୟଦର୍ଶନୀ ମହାଳିକ ୯.୨୧,କେମିଷ୍ଟ୍ରୀରେ ଅସିତ୍ କୁମାର ଦେହୁରୀ ୧୦.୦,ଗଣିତରେ ପ୍ରୀତି ପ୍ରିୟଦର୍ଶିନୀ ମହାପାତ୍ର ୮.୭୧,ଫିଜିକ୍ସରେ ପ୍ରସ୍ମିତା ପ୍ରଧାନ ୯.୩୬ ସିଯିପିଏ, ଯୁଲୋଜିରେ ମୀନାଲି ପ୍ରଧାନ ,୯.୫୭,କମ୍ପ୍ୟୁଟର ବିଜ୍ଞାନରେ ଶୁଭଶ୍ରୀ ପାଣି,୯.୧୪ ଏବଂ ଜିଓଲୋଜିରେ ଜ୍ୟୋତିର୍ମୟୀ ସାହୁ ୭.୮୬ ସିଯିପିଏ ରଖି ଟପର ହୋଇଛନ୍ତି। ବାଣିଜ୍ୟରେ ଅନୁରକ୍ତ ଦାସ ୮.୭୯ ଏବଂ ଵିବିଏ ରେ ଦେବମାଲ୍ୟ ଧର,ବ୭.୮୦ ସିଯିପିଏ ରଖି ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି।
ସ୍ନାତକୋତ୍ତର ରାଜନୀତି ବିଜ୍ଞାନରେ ପ୍ରଫୁଲ୍ଲ କୁମାର ପ୍ରଧାନ, ଅର୍ଥନୀତିରେ ପ୍ରତୀକ୍ଷା ପାତ୍ର,ଓଡ଼ିଆ ରେ ଶୁଭସ୍ମିତା ଦାସ, ଶିକ୍ଷାରେ ସୁଦିପ୍ତା ପ୍ରିୟଦର୍ଶନୀ ଦାସ,ଇଂରାଜୀ ରେ ରୋଶନୀ ଦାସ, ଇତିହାସରେ ଐଶ୍ୱର୍ଯ୍ୟା ତ୍ରିପାଠୀ,ସଂସ୍କୃତରେ ରାକ୍ଷୀ ପ୍ରଧାନ, ସୋସିଓଲୋଜିରେ କରିନା ପ୍ରିୟଦର୍ଶିନୀ ସାହୁ,ଭୂଗୋଳ ରେ ପାୟଲ ସାହୁ,ଦର୍ଶନରେ ରଶ୍ମିତା ବେହେରା କଲେଜ୍ ଟପର ହୋଇଛନ୍ତି। ସେହିଭଳି ଫିଜିକ୍ସରେ ଏସଏସ ପଟ୍ଟନାୟକ, ଜୁଲୋଜିରେ ମୋନିକା ନାୟକ, ବୋଟନିରେ ସୁଚିସ୍ମିତା ସାହୁ, କେମିଷ୍ଟ୍ରୀରେ ସସ୍ମିତା ଦାସ,କମ୍ପ୍ୟୁଟର ବିଜ୍ଞାନରେ ଟି ସାହୁ,ବଗଣିତରେ ବର୍ଷାରାଣୀ ବେହେରା ଟପର ହୋଇଛନ୍ତି।ବାଣିଜ୍ୟରେ ବିଶ୍ୱନାଥ ମିଶ୍ର, ଏମସିଏରେ ରିତେଶ ବିଶ୍ଵାଳ ଏବଂ ଆଇଏମବିଏରେ ସନ୍ଦୀପ ସାହୁ କଲେଜ ଟପର ହୋଇଛନ୍ତି।
ଏହାଛଡା ସ୍ନାତକୋତ୍ତର ଯୁଲୋଜିର ମୋନିକା ନାୟକ ୯.୯୦ ସିଯିପିଏ ରଖି କଲେଜର ସର୍ବଶ୍ରେଷ୍ଠ ଛାତ୍ରୀ ଏବଂ କେମିଷ୍ଟ୍ରୀ ସ୍ନାତକ ଅସିତ୍ କୁମାର ଦେହୁରୀ ୯.୭୬ ଶିଜିପିଏ ରଖି କଲେଜର ଶ୍ରେଷ୍ଠ ସ୍ନାତକ ଛାତ୍ର ଭାବେ ପୁରଷ୍କୃତ ହୋଇଥିଲେ। ଅଧ୍ୟାପକ ମନୋରଞ୍ଜନ ମିଶ୍ରଙ୍କ ସୌଜନ୍ୟରୁ କୃତି ଛାତ୍ରଛାତ୍ରୀଙ୍କୁ ମେଡାଲ ଓ ପୁଷ୍ପ ଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।











