ଅନୁଗୁଳ : ଜାତିର ପିତା ମହାତ୍ମାଗାନ୍ଧିଙ୍କ ତିରୋଧାନ ଦିବସ ଏବଂ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାର ସୋମବାର ଶେଷ ଦିବସ। ଏ ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ପରାମର୍ଶରେ ଓବିସି ସେଲର ଜିଲ୍ଲା ସଭାପତି ପ୍ରବୋଧ ସ୍ୱାଇଁଙ୍କ ନେତୃତ୍ବରେ ସ୍ଥାନୀୟ ଗାନ୍ଧି ଉଦ୍ୟାନରେ ଥିବା ଜାତିର ପିତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହା ପରେ ଶାକସିଂହା ପଞ୍ଚାୟତର ବେଲସୁଣ୍ଠା ସାହି(ଲେପର୍ସି କଲୋନୀ) କୁ ଯାଇ ସାହିର ଅଧିବାସୀଙ୍କର ଭଲ ମନ୍ଦ ବୁଝିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।
କାର୍ଯ୍ୟକ୍ରମରେ ଓବିସି ସେଲର ନଗର ସଭାପତି ଭଗବାନ ମହାନ୍ତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପା, ଜିଲ୍ଲା ଯୁବ କଂଗ୍ରେସ ଉପ-ସଭାପତି ଅଭିଷେକ ନାୟକ, ସଂଗ୍ରାମ ବେହେରା, ଶୋଭିନ କୁମାର୍ ପାଲ୍, ଯୁବ ନେତା କାଳିଆ ବିଶ୍ଵାଳ, ମନତ ରାଉତ, ଭକ୍ତି ପ୍ରସାଦ ନାୟକ, ଶୁଭମ ସାହୁ, ଆଶୀର୍ବାଦ ସାମଲ, ସୌମ୍ୟ ରାଉତ ବେହେରା ପ୍ରମୁଖ ବହୁ ଯୁବ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।
1
f600b249-5c54-442c-a949-d6bc81000fab