ଅନୁଗୁଳ: ବାଲେଶ୍ଵର ବାହାନଗାରେ ରେଳ ଦୁର୍ଘଟଣାରେ ମୃତ ଏବଂ ଆହତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦୀପ ଦାନ ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓବିସି ସେଲ ସଭାପତି ପ୍ରବୋଧ କୁମାର ସ୍ବାଇଁ, ଲିଗାଲ ସେଲ୍ ସଭାପତି ଧର୍ମେନ୍ଦ୍ର ମିଶ୍ର, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବଳବୀର ସିଂହ, ରାଜ୍ଯ ସମ୍ପାଦକ ଟିକନ ବେହେରା, ମହିଳା କଂଗ୍ରେସ ନଗର ସଭାପତି କାସିଦା ଖାନ୍, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ରାକେଶ ମିଶ୍ର, ଓବିସି ସେଲ୍ ନଗର ସଭାପତି ଦିଲୁ ମହାନ୍ତି, ଯୁବ ନେତା ଅଭିଷେକ ନାୟକ, ସଂଗ୍ରାମ ବେହେରା, କାଳିଆ ବିଶ୍ବାଳ, ଛାତ୍ର ନେତ୍ରୀ ସୋନମ୍ ନାୟକ, ଦୀପ୍ତିମୟୀ ସାହୁ, ଭକ୍ତି ପ୍ରସାଦ ନାୟକ, ସେକ୍ ଜାହିର, ଗୁଡୁ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇଥିଲେ।
ବାହାନଗାରେ ରେଳ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ଦୀପ ଦାନ ଓ ନିରବ ପ୍ରାର୍ଥନା କଲେ ଜିଲ୍ଲା କଂଗ୍ରେସ
- Post published:June 3, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul