ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆରେ ଆଜି ଅପରାହ୍ନରେ ଅନୁଗୁଳ କ୍ରିକେଟ ଏକାଡେମି ଉଦଘାଟିତ ହୋଇଯାଇଛି।ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହୋଇଥିବା କ୍ରୀଡା ଏକାଡେମୀ ଗୁଡ଼ିକୁ ଉଦଘାଟନ କରିଥିଲେ। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍,କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ବିସିସିଆଇ ସମ୍ପାଦକ ଜୟ ଶାହ,କ୍ରୀଡା ଓ ଯୁବ ସେବା ବିଭାଗ ସଚିବ ଆର୍ ଭିନିଲକୃଷ୍ଣ,ଓସିଏ ସମ୍ପାଦକ ସଞ୍ଜୟ ବେହେରା,ଶୀର୍ଷ ସଦସ୍ୟ ପ୍ରତାପ ପ୍ରଧାନଙ୍କ ସମେତ ଅନ୍ୟ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।
ସେହିଭଳି କଦମ ପଡିଆ ସମାରୋହରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର୍ ସିଠ,ବରିଷ୍ଠ ଭେଷଜ ବିଶେଷଜ୍ଞ ଡ଼ା ଦୀପକ କୁମାର ଗଡ଼ନାୟକ ଅତିଥି ଭାବେ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ପ୍ରଭାତ କୁମାର୍ ସିହ୍ନା,ଅରୁଣ ପୁଷ୍ପାଳକ,ସମ୍ପାଦକ ସାଗର ନାଥ ମିଶ୍ର,ଯୁଗ୍ମ ସମ୍ପାଦକ ଗଙ୍ଗାଧର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ରଞ୍ଜନ ଧିର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।କ୍ରିକେଟ ପ୍ରଶିକ୍ଷଣ ନେଉଥିବା ଶତାଧିକ ଛାତ୍ର ଛାତ୍ରୀ ଏହି ସମାରୋହରେ ଯୋଗ ଦେଇଥିଲେ। ଏକାଡେମୀ ପ୍ରତିଷ୍ଠା ଦ୍ଵାରା ଅନୁଗୁଳରେ କ୍ରିକେଟର ଭିତ୍ତିଭୂମି ଉନ୍ନତ ହେବା ସହ ପ୍ରତିଭାବାନ ଖେଳାଳିଙ୍କ ଭବିଷ୍ୟତ ଗଢ଼ିହେବ।