ଅନୁଗୁଳ: ଅନୁଗୁଳ ହାଇସ୍କୁଲ ପଡିଆରେ ଆୟୋଜିତ ଜାତୀୟ ଏକତା ସମାରୋହରେ ଅନୁଗୁଳ ଡିଫେନସ ଭେଟ୍ରାନକୁ ଟ୍ରଫି ଓ ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଥିଲା। ରାଜ୍ୟ ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏଡିଭି ସଭାପତି ଅନିଲ କୁମାର ମହାନ୍ତିଙ୍କୁ ପୁରସ୍କୃତ କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଏକତା,ଭାଇଚାରା ବୃଦ୍ଧି,ସଫେଇ,ପୂର୍ବ ସୈନିକ ମାନଙ୍କ ପରିବାର ସମସ୍ୟା ସମାଧାନ,ବୃକ୍ଷ ରୋପଣ,ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ଏଡିଭିର ପାଞ୍ଚ ଶହରୁ ଉର୍ଦ୍ଧ୍ବ ସଦସ୍ୟ ନିରନ୍ତର କାର୍ଯ୍ୟ କରୁଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ରୁଦ୍ର ପାଣି,ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
