ଜଳ ସଞ୍ଚୟ ଓ ଜନ ଭାଗିଦାରୀ ପୁରସ୍କାରରୁ ଅନୁଗୁଳ ବଞ୍ଚିତ

You are currently viewing ଜଳ ସଞ୍ଚୟ ଓ ଜନ ଭାଗିଦାରୀ ପୁରସ୍କାରରୁ ଅନୁଗୁଳ ବଞ୍ଚିତ

ଅନୁଗୁଳ:  ନୂଆ ଦିଲ୍ଲୀ ଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟର ପାଞ୍ଚ ଗୋଟି ଜିଲ୍ଲାକୁ ଆଜି ଜଳ ସଞ୍ଚୟ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପାଞ୍ଚ ଗୋଟି ଜିଲ୍ଲା ହେଲା ଗଞ୍ଜାମ,କଳାହାଣ୍ଡି,ରାୟଗଡ଼ା,କଟକ ଓ ମୟୂରଭଞ୍ଜ। ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ଭରଣା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ବିଭିନ୍ନ ବର୍ଗ ପାଇଁ ୨୫ ଲକ୍ଷ ଟଙ୍କାରୁ ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରହିଛି। ଅନୁଗୁଳ ଏକ ଖଣି ଖାଦାନ ଭରା ଶିଳ୍ପ ସମୃଦ୍ଧ ଜିଲ୍ଲା। ଏହି କାରଣରୁ ଭୂତଳ ଜଳ ଉପରେ ଅଧିକ ଚାପ ପଡୁଛି। ସେହିଭଳି ବର୍ଷା ଜଳ ଅମଳ ପ୍ରକଳ୍ପକୁ ଜିଲ୍ଲାରେ ପୂର୍ବ ସରକାର ଯେଭଳି କାର୍ଯ୍ୟକାରୀ କରିବା କଥା ତାହା କଲେ ନାହିଁ। ତେଣୁ ଜଳ ସ୍ତର ଆଶାତୀତ ବଢ଼ି ପାରୁନାହିଁ। ଅନୁଗୁଳ ସହର କଥା ଚିନ୍ତା କଲେ ଦେଖାଯିବ ସହର ଭିତରେ ଥିବା ପୋଖରୀ ଗୁଡ଼ିକର ଦୀର୍ଘ ବର୍ଷ ହେବ ଖୋଳା ଯାଉ ନାହିଁ । ପୁନରୁଦ୍ଧାର ଅଭାବରୁ ପୋଖରୀ ଗୁଡ଼ିକ କ୍ରମଶଃ ପୋତି ହୋଇ ଯାଉଛି। ଆମ ଜିଲ୍ଲାପାଳଙ୍କୁ ଧନ୍ୟବାଦ ସେ ନିକଟରେ ସହର ଭିତରେ ଥିବା ପୋଖରୀ ଗୁଡ଼ିକର ପୁନରୁଦ୍ଧାର ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ଏହାଦ୍ବାରା ପୋଖରୀ ପରିଷ୍କାର ହେବା ସହ ଭୂତଳ ଜଳ ସ୍ତର ବଢ଼ି ପାରିବ।

Share

Leave a Reply