ଅନୁଗୁଳ: ଚଳିତ ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ଯାତାୟାତର ସୁବିଧା ପାଇଁ ଅନୁଗୁଳ ଜିଲ୍ଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ଅବ୍ଦାଲ ଏମ. ଅଖତର ଓଏମଭି ରୁଲ ୧୯୭୫ ଅନୁଯାୟୀ ଆସନ୍ତା ୧୯.୦୨.୨୦୨୬ ଠାରୁ ୧୯.୦୩.୨୦୨୬ ପର୍ଯ୍ୟନ୍ତ ବିଭିନ୍ନ ପ୍ରମୁଖ ରାସ୍ତାରେ ‘ନୋ ଏଣ୍ଟ୍ରି’ ଲାଗୁ କରିଛନ୍ତି। ଏହି ନିର୍ଦ୍ଦେଶନାମା ଅନୁଯାୟୀ, ୫୫ ନମ୍ବର ଜାତୀୟ ରାଜପଥର ବଅଁରପାଳରୁ ଅନୁଗୁଳ ଏବଂ ୧୪୯ ନମ୍ବର ଜାତୀୟ ରାଜପଥର ବଅଁରପାଳରୁ ତାଳଚେର ରାସ୍ତାରେ ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ କୌଣସି ମାଲବାହୀ ଭାରିଯାନ କିମ୍ବା ଖାଲି ଭାରିଯାନ ଚଳାଚଳ କରିପାରିବ ନାହିଁ। ପରୀକ୍ଷାର୍ଥୀମାନେ ଯେପରି ବିନା ବାଧାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ, ସେଥିପାଇଁ ଏହି କଟକଣା ଜାରି କରାଯାଇଛି।
ପରୀକ୍ଷା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନର କଡ଼ା ନିୟମ: ମାସେ ଯାଏଁ ବନ୍ଦ ରହିବ ଭାରିଯାନ ଚଳାଚଳ
- Post published:February 19, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul


