ଅନୁଗୁଳ: ବହୁ ପ୍ରତୀକ୍ଷିତ ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ ଦିବସ ଥିଲା। ଜିଲ୍ଲା କ୍ରୀଡା ବିଭାଗର ଚିଠି ସଂଖ୍ୟା ୧୬୬ ତା ୧୬.୫.୨୦୨୩ ଅନୁସାରେ ଉପସଭାପତି ପଦ ପାଇଁ ପାଲଲହଡାର ନେତ୍ରାନନ୍ଦ ମହାକୁଡ଼,ଯୁଗ୍ମ ସମ୍ପ।ଦକ ପଦବୀ ପାଇଁ ଆଠମଲ୍ଲିକର ଦିଲୀପ ରାଉତ,ଏବଂ କୋଷାଧ୍ୟକ୍ଷ ପାଇଁ ଅନୁଗୁଳର କିଶୋର କର ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଉପରୋକ୍ତ ତିନି ପ୍ରାର୍ଥୀଙ୍କ କେହି ପ୍ରତିଦ୍ବନ୍ଦି ନ ଥିବାରୁ ସେମାନେ ନିର୍ବାଚିତ କହିଲେ ଚଳେ। କେବଳ ଅଫିସିଆଲ ଘୋଷଣାକୁ ଅପେକ୍ଷା ତେବେ ସାଧାରଣ ସମ୍ପାଦକ ପଦ ପାଇଁ ଅନୁଗୁଳର ରୁଚିର କୁମାର ଦାଶ ଏବଂ ତାଲଚେରରୁ ଡା ଗୌର ଗୋବିନ୍ଦ ସାମନ୍ତ ନାମାଙ୍କନ ପତ୍ର ଦେଇଥିବାରୁ ପ୍ରତିଦ୍ବନ୍ଦିତା ହେବ। ଆସନ୍ତା ୨୩ ତାରିଖରେ ଏହି ପଦବୀ ପାଇଁ ନିର୍ବାଚନ ହେବ। ତେବେ ବହୁ ପ୍ରତିକ୍ଷିତ ଏହି ନିର୍ବାଚନ ପାଇଁ କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ନୀଳମଣି ରାଉତଙ୍କ ମାଷ୍ଟର କାର୍ଡ ନିର୍ଣ୍ଣାୟକ ସାଜିଛି। ସମ୍ପାଦକ ନିର୍ବାଚନରେ ମଧ୍ୟ ତାଙ୍କ ସମର୍ଥିତ ପ୍ରାର୍ଥୀ ବିଜୟୀ ହେବେ ବୋଲି ଚର୍ଚା ହେଉଛି। ନିର୍ବାଚନ ନେଇ ବହୁ ଆଶାୟୀ ପରସ୍ପରର ଗୋଡ ଟାଣୁଥିବା ବେଳେ ଭେଟେରାନ କ୍ରୀଡା ସଂଗଠକ ଶ୍ରୀ ରାଉତ ନିଜ ସମର୍ଥକ ମାନଙ୍କୁ ଜିତାଇବା ପାଇଁ ଯେଉଁ ଯେଉଁ ରଣନୀତି କରିଛନ୍ତି ତାହା ନିଶ୍ଚୟ ସଫଳ ହେବ କ୍ରୀଡା ବିଶେଷଜ୍ଞ ମାନେ ଆକଳନ କରିଛନ୍ତି ।
ଜିଲ୍କା କ୍ରୀଡା ସଂସଦ ନିର୍ବାଚନ ପାଇଁ ନାମ ତାଲିକା ଚୂଡାନ୍ତ: ୩ଟି ପଦବୀରେ ପ୍ରତିଦ୍ବନ୍ଦିତା ନାହିଁ
- Post published:May 16, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul


