ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟରେ ଯୋଗ ଦାନ

0

ଅନୁଗୁଳ: କେ ଶ୍ରବଣ କୁମାର ଆଜି ଅପରାହ୍ନରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଥିବା ଶ୍ରୀ କୈଳାଶ ଚନ୍ଦ୍ର ବେହେରାଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପ୍ରକାଶଥାଉକି, ଶ୍ରବଣ କୁମାର ଚଳିତ ବର୍ଷ ଜୁଲାଇ ୧ ତାରିଖ ଠାରୁ ଅନୁଗୁଳ ଉପଖଣ୍ଡ ଅଧିକାରୀ ଭାବେ ସୂଚନା ଓ ଲୋକ ସମ୍ପର୍କ ବିଭାଗରେ କାର୍ଯ୍ୟ କରି ଆସୁଥିଲେ । ଏହି ଅବସରରେ ସେ ବିଭାଗର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଆଗାମୀ ଦିନ ମାନଙ୍କରେ ନିଜର ଦାୟିତ୍ୱ ସୁଚାରୁରୂପେ ତୁଲାଇପାରିବେ ବୋଲି ଆଶା ପ୍ରକଟ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସାହାଯ୍ୟ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.

error: Content is protected !!