ମଦନ ମୋହନ ମନ୍ଦିରର ସଫେଇ କଲେ ଅନୁଗୁଳ ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତା

You are currently viewing ମଦନ ମୋହନ ମନ୍ଦିରର ସଫେଇ କଲେ ଅନୁଗୁଳ ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତା

ଅନୁଗୁଳ: ଅନୁଗୁଳସ୍ଥିତ ମଦନ ମୋହନ ମନ୍ଦିରକୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଆଜି ସଫେଇ କରିଛନ୍ତି। ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଥିବାରୁ ସମସ୍ତ ମନ୍ଦିର ତଥା ଦେବାଳୟକୁ ସ୍ୱଚ୍ଛ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି।

ତାହାକୁ ପାଳନ କରି ଆଜି ମଦନ ମୋହନ ମନ୍ଦିରରେ ବିଜେପି ନେତା ମାନେ ପହଞ୍ଚି ସଫେଇ କରିଥିଲେ। ବିଜେପି ନେତା ଦିଲ୍ଳୀପ ପ୍ରଧାନଙ୍କ ନେତୃତ୍ୱରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ, ପ୍ରତିମା ମିଶ୍ର, ସୋମନାଥ ରାଉତ, ବିଶ୍ୱଜିତ ମିଶ୍ର, ସୁଦୀପ୍ତ ସ୍ୱାଇଁ, ନମିତା ଦଳ ବେହେରା, ପ୍ରଦୀପ ପ୍ରଧାନ, ସ୍ମିତା ପଟ୍ଟନାୟକ, ଅଜିତ ପ୍ରଧାନ, ଅନନ୍ତ ବାସୁଦେବ ମହାନ୍ତି, ସଂଜୀବ ପଣ୍ଡାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

Share

Leave a Reply