ଅନୁଗୁଳ: ଅନୁଗୁଳ ଜିଲ୍ଲାର କିଶୋର ଓ ଯୁବ କ୍ରିକେଟ ଖେଳାଳୀ ମାନେ ଚମତ୍କାର ଖେଳୁଛନ୍ତି। ରାଜ୍ୟ କ୍ରିକେଟର ବିଭିନ୍ନ ଫର୍ମାଟ ସେମାନେ ଅଂଶଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣୁଛନ୍ତି। ଅନୁଗୁଳ କ୍ରିକେଟ ଆସୋସିଏସନ୍ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ।
ସେ କହିଲେ ମିଲନ ସାମଲ, ସ୍ରେୟଂଶ ଭରଦ୍ୱାଜ, ମୋକ୍ଷିତ ପାନାକଲ, ଶଶାଙ୍କ ପାନାକଲ, ଆୟୁଷ ବାରିକଙ୍କ ଭଳି ଉଦୀୟମାନ ଖେଳାଳୀଙ୍କ ଯୋଗୁଁ ଜିଲ୍ଲା କ୍ରିକେଟର ମାନ ବଢ଼ିଛି।କ୍ରିକେଟର ଉନ୍ନତି ପାଇଁ କଦମ ପଡିଆ ରେ ୫.୫୦ କୋଟି ଟଙ୍କା ବ୍ୟୟରେ ଫ୍ଲଡ ଲାଇଟ ଲଗାଯିବ।ଜିନ୍ଦଲ ଆନୁକୁଲ୍ୟରେ ଏକ ପ୍ଲେୟରସ ପାଭିଲିଆନ ନିର୍ମାଣ କରାଯିବ। ଯୁବ ଖେଳାଳିଙ୍କ ଭବିଷ୍ୟତ ପାଇଁ ରାଜ୍ୟ ବାହାରୁ କୋଚ ଅଣାଯାଇ ତାଲିମ ଦିଆଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଉପ ସଭାପତି ପ୍ରଭାତ କୁମାର ସିହ୍ନା, ଅରୁଣ ପୁଷ୍ପାଳକ, ଯୁଗ୍ମ ସମ୍ପାଦକ ଗଙ୍ଗାଧର ପଟ୍ଟନାୟକ, ସତ୍ୟେନ୍ଦ୍ର ପ୍ରଧାନ ଓ କୋଷାଧ୍ୟକ୍ଷ ରଞ୍ଜନ କୁମାର ଧିର ସାମନ୍ତ ଓ ଆଇନ ପରାମର୍ଶଦାତା ଭୂପେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।