ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ ଉଦଘାଟିତ: ଭାଗ ନେଇଛନ୍ତି ୧୧୭ ଜଣ ପ୍ରତିଯୋଗୀ

You are currently viewing ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ ଉଦଘାଟିତ: ଭାଗ ନେଇଛନ୍ତି ୧୧୭ ଜଣ ପ୍ରତିଯୋଗୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ୟୁନାଇଟେଡ ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ଥାନୀୟ ଇନଡୋର ହଲ ଠାରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ -୨୦୨୫-୨୬ ଆୟୋଜିତ ହୋଇଛି। ଅନୁଗୁଳ ଜିଲ୍ଲାପାଳ ଅବଦାଲ ଏମ ଅଖତର ମୁଖ୍ୟଅତିଥି ଭାବେ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ୨୯ରୁ ୩୧ ତାରିଖ ଯାଏଁ ୩ ଦିନ ଧରି ଚାମ୍ପିୟନସିପ୍ ଚାଲିବ। ପ୍ରତିଯୋଗିତାରେ ସମୁଦାୟ ୧୧୭ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଭାଗ ନେଇଛନ୍ତି।

ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଏବଂ ଆସୋସିଏସନର ସଭାପତି ଶିବ ପ୍ରସାଦ ଦାସ, ଉପସଭାପତି ସୋରଜ୍ କୁମାର ସାହୁ, ସମ୍ପାଦକ ସୁଧୀର କୁମାର ମିଶ୍ର ଖେଳ ପରିଚାଳନା କରିଥିଲେ। ଏ ଅବସରରେ ଜର୍ମାନୀରେ ଆୟୋଜିତ ୱାର୍ଲଡ଼ ୟୁନିଭରସିଟି ଗେମ – ୨୦୨୫ରେ କାଂସ୍ୟ ପଦକ ପାଇଥିବା ଅବିନାଶ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା।

Share

Leave a Reply