ଅନୁଗୁଳ ଜିଲ୍ଲାସ୍ତରୀୟ ସାହିତ୍ୟ ପ୍ରତିଯୋଗିତା ଆୟୋଜିତ, ଭୁବନେଶ୍ୱର ଯିବେ କୃତୀ ଛାତ୍ରଛାତ୍ରୀ

You are currently viewing ଅନୁଗୁଳ ଜିଲ୍ଲାସ୍ତରୀୟ ସାହିତ୍ୟ ପ୍ରତିଯୋଗିତା ଆୟୋଜିତ, ଭୁବନେଶ୍ୱର ଯିବେ କୃତୀ ଛାତ୍ରଛାତ୍ରୀ

ଅନୁଗୁଳ: ଓଡିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଅବସରରେ ବିଭିନ୍ନ ପ୍ରତିଯୋଗିତା ସ୍ଥାନୀୟ ଜିଲ୍ଲା ପାଠାଗାରରେ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ସ୍ତରରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଷଷ୍ଠ ଓ ସପ୍ତମ ଶ୍ରେଣୀର ପ୍ରତିଯୋଗୀ ‘କନିଷ୍ଠ’ ଏବଂ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ପ୍ରତିଯୋଗୀ ‘ବରିଷ୍ଠ’ ବିଭାଗରେ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା। ‘ପ୍ରବନ୍ଧ’ରେ ସୁଜ୍ଞାନୀ ସୁଶୋଭିତା ପ୍ରଧାନ, ଓଏଭି,
ରଣିଆକଟା, ଗାୟନ୍ତିକା ପଣ୍ଡା, ଡିଏଭି ପବ୍ଲିକ ସ୍କୁଲ, ଡେରା, ସୋନାଲି ବିଶ୍ବାଳ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଅନୁଗୁଳ କନିଷ୍ଠ ବର୍ଗରେ ଏବଂ ସୁଶ୍ରୀ ସାଇସ୍ମୃତି ସାହୁ, ଡିଏଭି ପବ୍ଲିକ ସ୍କୁଲ, ଜଗନ୍ନାଥ ଏରିଆ, ତାଳଚେର, ସମୀକ୍ଷା କ୍ଷେତୀ, ଓଏଭି, ରଣିଆକଟା, ଜ୍ୟୋତ୍ସ୍ନାରାଣୀ ନାଏକ, ସରକାରୀ ଉଚ୍ଚ ବିଦ୍ୟାଳୟ ଖଲାରୀ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

‘ବକ୍ତୃତା’ରେ କନିଷ୍ଠ ବର୍ଗର ହର୍ଷିକା ପ୍ରଧାନ, ଡିଏଭି ପବ୍ଲିକ ସ୍କୁଲ, ଜଗନ୍ନାଥ ଏରିଆ, ତାଳଚେର, ଆର୍ଯନ କୁମାର ସାହୁ, ହୁଲୁରିସିହ୍ନା ଉ.ପ୍ରା ବିଦ୍ୟାଳୟ, ଅନୁଗୁଳ, ଅପୂଜା ପ୍ରିୟଦର୍ଶିନୀ ସାହୁ, ରାମଦେଓ ସରକାରୀ ଉଚ୍ଚ ବିଦ୍ୟାଳୟ, ବଇଣ୍ଡା ଏବଂ ବରିଷ୍ଠ ବର୍ଗର ପଟ୍ଟଜୋଶୀ ସୌରୀପ୍ରସାଦ ମିଶ୍ର, ସରକାରୀ ଉଚ୍ଚ ବିଦ୍ୟାଳୟ ଅନୁଗୁଳ, ପ୍ରୀତି ମଞ୍ଜରି ସାହୁ, ହାଣ୍ଡିଧୁଆ ଉଚ୍ଚ ବିଦ୍ୟାଳୟ, ତାଳଚେର, ମଧୁମିତା ସାହୁ, ଡିଏଭି ପବ୍ଲିକ ସ୍କୁଲ କଳିଙ୍ଗ ଏରିଆ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ।
ସେହିପରି ‘କବିତା ଆବୃତ୍ତିରେ’ ସମ୍ପୂର୍ଣ୍ଣ ପ୍ରଧାନ, ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁଗୁଳ ପ୍ରଥମ ଏବଂ ପ୍ରତ୍ୟାଶା ନାୟକ, ଡିଏଭି ପବ୍ଲିକ ସ୍କୁଲ, ଜଗନ୍ନାଥ ଏରିଆ, ତାଳଚେର ଦ୍ଵିତୀୟ ଓ ଦିଲ୍ଲୀ ପ୍ରିୟଦର୍ଶିନୀ ବିନ୍ଧାଣୀ, ସରକାରୀ ଉଚ୍ଚ ବିଦ୍ୟାଳୟ ଅନୁଗୁଳ ତୃତୀୟ ହୋଇଥିଲେ।

‘ସାଧାରଣଜ୍ଞାନ ଓ ଅନୁବାଦ’ ପ୍ରତିଯୋଗିତାରେ ସୌଜନ୍ୟା ପ୍ରଧାନ, ସରକାରୀ ଉଚ୍ଚ ବିଦ୍ୟାଳୟ କିଶୋରନଗର, ଋତୁ ପଲ୍ଲବୀ ବେହେରା, ସରକାରୀ ଉଚ୍ଚ ବିଦ୍ୟାଳୟ ଅନୁଗୁଳ, ସବ୍ୟସାଚୀ ପରିଡା, ଯୁବରାଜ ଉଚ୍ଚ ବିଦ୍ୟାଳୟ ତାଳଚେର ‘କନିଷ୍ଠ’ ବିଭାଗରେ ଏବଂ ଅଂଶୁମାନ ପ୍ରଧାନ, ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁଗୁଳ, ଅମୃତାଂଶୁ ଦାଶ, ଡିଏଭି ପବ୍ଲିକ ସ୍କୁଲ, ଜଗନ୍ନାଥ ଏରିଆ, ତାଳଚେର, ପୂର୍ଣ୍ଣିମା ପ୍ରଧାନ, ରାମଦେଓ ସରକାରୀ ଉଚ୍ଚ ବିଦ୍ୟାଳୟ ବଇଣ୍ଡା ‘ବରିଷ୍ଠ’ ବିଭାଗରେ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହୋଇଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ, ଦୁଃଶାସନ ନାଏକ ଏବଂ ବିଚାରକ ମଣ୍ଡଳୀ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶ, ଡଃ ଇନ୍ଦିରା ଦାଶ, ସଂଗ୍ରାମ କେଶରୀ ପୃଷ୍ଟି ଦଧିବାମନ ପ୍ରଧାନ, ଅସିତ ପଟ୍ଟନାୟକ ଓ ସରୋଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଦେଇ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ବର୍ଗର ପ୍ରତିଯୋଗୀ ଭୁବନେଶ୍ବରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଥିବା ଜଣାଯାଇଛି।

Share

Leave a Reply