CADLAB

ବଡ଼ଗୋବିନ୍ଦପୁରରେ ମନ୍ଦିର ପ୍ରତିଷ୍ଠା ଉତ୍ସବ

0

ଅନୁଗୁଳ: କିଶୋରନଗର ବ୍ଳକ୍ ଅନ୍ତର୍ଗତ ବଡ଼ଗୋବିନ୍ଦପୁର ଗ୍ରାମରେ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ମା’ ହିଙ୍ଗୁଳାୟୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବୁଧବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗୁରୁବାର ସୂର୍ଯ୍ୟପୂଜା, ହୋମଯଜ୍ଞ ଆରମ୍ଭ ହୋଇ ମା’ଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ରେବତୀ ପ୍ରଧାନ ଓ ମୋହନ ପ୍ରଧାନ କର୍ତ୍ତା ଦାୟିତ୍ବ ତୁଲାଇଥିବା ବେଳେ ରିଙ୍କୁ ମିଶ୍ର ପୂଜାର୍ଚ୍ଚନା କରିଥିଲେ । ଅପରାହ୍ନ ରେ ହୋମଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ପ୍ରସାଦସେବନ କରିଥିଲେ । ସନ୍ଧ୍ୟାରେ ନାମ ସଂକୀର୍ତ୍ତନ ପରିବେଷିତ ହୋଇଥିଲା ।

Leave A Reply

Your email address will not be published.