ଅନୁଗୁଳ: ଅନୁଗୁଳ ଜିଲ୍ଲାର ୧୮ ଜଣ ଶିକ୍ଷକ ଏକକାଳୀନ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଶୁକ୍ରବାର ହୁଲୁରିସିଂହା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ସଭାରେ ସମସ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅବସର ନେଇଥିବା ଶିକ୍ଷକମାନେ ହେଲେ ହୁଲୁରିସିଂହା ଉଚ୍ଚ ବିଦ୍ୟାଳୟର ଅରୁଣ କୁମାର ନନ୍ଦ ଓ ଭବାନୀ ଶଙ୍କର ମିଶ୍ର, ରାଇଝରଣ ଉଚ୍ଚ ବିଦ୍ୟାଳୟର ବସନ୍ତ କୁମାର ପ୍ରଧାନ, ଆମ୍ବସରମୁଣ୍ଡା ଉଚ୍ଚ ବିଦ୍ୟାଳୟର ଚକ୍ରଧର ପ୍ରଧାନ, ଭଗବାନ ମାଝା, ଉରୁକୁଳା ଜିପିଆରକେ ଉଚ୍ଚ ବିଦ୍ୟାଳୟ, ପର୍ଶୁମାଳର ନିଶାମଣି ଦାସ ଓ ବିରେନ୍ଦ୍ର କୁମାର ସାହୁ, ପୁରୁଣାମାଣିତ୍ରୀ ଉଚ୍ଚ ବିଦ୍ୟାଳୟର ପୂର୍ଣ୍ଣଚନ୍ଦ୍ର ଭୋଇ, ବୀଣାପାଣି ଉଚ୍ଚ ବିଦ୍ୟାଳୟ ନୂଆଗାଁର ଦୀନବନ୍ଧୁ ସାହୁ, ପରା ଉଚ୍ଚ ବିଦ୍ୟାଳୟର ଜମ୍ବେଶ୍ୱର ପ୍ରଧାନ ଓ ପଦ୍ମଚରଣ ଶାସ୍ତ୍ରୀ, ନନ୍ଦ କିଶୋର ଉଚ୍ଚ ବିଦ୍ୟାଳୟ ସିପୁରର ଦୁର୍ଯ୍ୟୋଧନ ବିଶ୍ୱାଳ, ଇନ୍ଦ୍ରଜିତ୍ କବି ଓ ଗୋଲେଖ ସାମଲ, କୁଲାଡ଼ ଆଲୁମିନିୟମ୍ ଉଚ୍ଚ ବିଦ୍ୟାଳୟର ପ୍ରମୋଦ କୁମାର ସାହୁ, ପ୍ରଣତି କୁମାରୀ ଦେଇ ଏବଂ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବେନ୍ତପୁରର ଗିରିଶ ଚନ୍ଦ୍ର ସାମଲ । ପୂର୍ଣ୍ଣଅନୁଦାନପ୍ରାପ୍ତ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ହୁଲୁରିସିଂହ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।