ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାକୁ ୬ ପଦକ

You are currently viewing ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାକୁ ୬ ପଦକ

ଅନୁଗୁଳ: ୪୨ ତମ ଜାତୀୟ  ସ୍ତରୀୟ ତାଇକୁଣ୍ଡୁ ପ୍ରତିଯୋଗୀତା ଉତ୍ତରା ଖଣ୍ଡର ହରିଦ୍ଵାର ଠାରେ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ  ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାରୁ ୪ ଜଣ ଖେଳାଳି ଅଂଶ ଗ୍ରହଣ କରି ୬ ଟି ପଦକ ପାଇଛନ୍ତି। ପଦକ ହାସଲ କରୁଥିବା ପ୍ରତିଯୋଗୀ ମାନେ ହେଲେ  କ୍ୟୋରୋଗି ଓ ପୁମସେ ରେ ବାଳିକା  ବିଭାଗର କାବ୍ୟା ଦାଶ ଗୋଟାଏ ରୌପ୍ୟ ଓ ଗୋଟାଏ କାଂସ୍ୟ  ପଦକ ହାସଲ କରିଥିବା ବେଳେ ସେହିଭଳି  ବାଳକ ବିଭାଗରେ ଶ୍ରୀୟାଂଶ ସାହୁ ଦୁଇଟି କାଂସ୍ୟ ପଦକ ହାସଲ କରିଛନ୍ତି, କେବଳ କ୍ୟୋରେଗିରେ ଦେବଂଶ ମହାନ୍ତି ରୌପ୍ୟ ପଦକ ହାସଲ କରିଥିବା ବେଳେ ତେଜସ ନାୟକ କାଂସ୍ୟ ପଦକ ହାସଲ କରିଛନ୍ତି। ଉକ୍ତ ଖେଳାଳି ମାନଙ୍କୁ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଜାତୀୟ ଖେଳାଳି ଜସ୍ଲିନ୍ ସାହୁ, ଶ୍ରୀୟାଶ୍ରୀ  ପ୍ରଧାନ ଙ୍କ ସମେତ ପ୍ରଶିକ୍ଷକ ଦୁଷ୍ୟନ୍ତ୍ କୁମାର ନାଥ
ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Share

Leave a Reply