ସମର କଳା ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ୭ ପଦକ

You are currently viewing ସମର କଳା ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ୭ ପଦକ

ଅନୁଗୁଳ: ଚଳିତ ମାସ ୧୬ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ସ୍କୁଲ୍ ସମୂହ ସମର କଳା (ସ୍କୋଏ) ପ୍ରତିଯୋଗିତା କଟକର ସହିଦ୍ ସେମିନାର ସ୍କୁଲ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାରୁ ବାଳକ ଓ ବାଳିକା ଉଭୟ ୧୬ ଜଣ ଖେଳାଳି ଭାଗ ନେଇଥିଲେ। ଉକ୍ତ ଖେଳରେ ଅଂଶ ଗ୍ରହଣ କରି ଗୋଟିଏ ସ୍ବର୍ଣ୍ଣ ତିନୋଟି ରୋପ୍ୟ ଓ ତିନୋଟି କାଂଶ୍ୟ ପଦକ ହାସଲ କରି ଜିଲ୍ଲାର ଗୌରବ ଅର୍ଜନ କରିଛନ୍ତି। ଏ ପରିପ୍ରେକ୍ଷୀରେ ପ୍ରଶିକ୍ଷକ ଦୁଷ୍ୟନ୍ତ କୁମାର ନାଥଙ୍କ ନେତୃତ୍ୱରେ
କୃତୀ ଖେଳାଳି ମାନେ ଆଇପିଇ ପ୍ରଶାନ୍ତ କୁମାର ସିହ୍ନାଙ୍କ ଉପସ୍ଥିତିରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କୁ ଭେଟିଥିଲେ। ଶ୍ରୀ ସାହୁ ଅନୁଗୁଳ ଦଳର ସଫଳତା ନେଇ ଖେଳାଳି ମାନଙ୍କୁ ପ୍ରଶଂସା କରିଥିଲେ।

Share

Leave a Reply