ଉପମୁଖ୍ୟମନ୍ତ୍ରୀଙ୍କ ବିଦ୍ୟୁତ୍‌ ନ କାଟିବା ନିର୍ଦ୍ଦେଶକୁ ଅନୁଗୁଳରେ ଫୁ’, ବୁଧବାର ୩ ଘଣ୍ଟା ଲାଇଟ୍‌ କାଟିବାକୁ ବିଜ୍ଞପ୍ତି ଜାରି

You are currently viewing ଉପମୁଖ୍ୟମନ୍ତ୍ରୀଙ୍କ ବିଦ୍ୟୁତ୍‌ ନ କାଟିବା ନିର୍ଦ୍ଦେଶକୁ ଅନୁଗୁଳରେ ଫୁ’, ବୁଧବାର ୩ ଘଣ୍ଟା ଲାଇଟ୍‌ କାଟିବାକୁ ବିଜ୍ଞପ୍ତି ଜାରି

ଅନୁଗୁଳ: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ବିଦ୍ୟୁତ ନ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଆଜି ଏନେଇ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କିନ୍ତୁ ଅନୁଗୁଳରେ ବିଦ୍ୟୁତ ବିଭାଗ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବି ଫୁ’ କରିଛନ୍ତି। ଘୋଷଣାର ଘଣ୍ଟେ ପରେ ଲାଇନ୍‌ କଟାଯିବ ବୋଲି ବିଜ୍ଞପ୍ତି ଜାରି କରିଛି ବିଜୁଳି ବିଭାଗ।
ଏହି ବିଜ୍ଞପ୍ତିରେ କୁହାଯାଇଛି, ଆରସିଏମ୍ ସବ୍ ଷ୍ଟେସନରେ ଜରୁରୀ ମରାମତି କାର୍ଯ୍ୟ ପାଇଁ ଆସନ୍ତାକାଲି ଏପ୍ରିଲ ୨୩ ତାରିଖ ସକାଳ ୮ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ୧୧ କେଭି ଖଲାରୀ, ହରି ମହୁରୀ, ପଞ୍ଚ ମହଲା, ଥାନା, ପିଟିସ୍ ଓ ଵଣିଆବାହାଳ ଫିଡର ଏଵଂ ବନ୍ତଳା, ବଡ଼କେରା ଓ ନାଲକୋ ସବ୍ ଷ୍ଟେସନ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ। ଏଥିପାଇଁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛି ବିଭାଗ।
ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ପାଇଁ ଇଲେକ୍ଟ୍ରିକ୍‌ ନ କାଟିବାକୁ ନିର୍ଦ୍ଦେଶ ସତ୍ତ୍ବେ କେମିତି ସବଷ୍ଟେସନ୍‌ ପୁଣି ଲାଇନ୍‌ କାଟିବାକୁ ନିଷ୍ପତ୍ତି ନେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ଷ ସାରା ମେଣ୍ଟେନାନ୍ସ ନାଁରେ ଅନୁଗୁଳ ବିଦ୍ୟୁତ୍ ବିଭାଗ କର୍ମକର୍ତ୍ତା ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ମଧ୍ୟ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତେବେ ଆସନ୍ତାକାଲି ଯଦି ବିଦ୍ୟୁତ ବିଭାଗ ପକ୍ଷରୁ ଲାଇଟ୍‌ କଟାଯାଏ, ତେବେ ଲୋକେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ ନ କାଟିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ବକେୟା ବିଲ୍‌ ପ୍ରଦାନ କରି ନ ଥିଲେ ବି ବିଦ୍ୟୁତ କାଟ ହେବନି। କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ୍‌ ପୈଠ କରିବାକୁ ପଡ଼ିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Share

Leave a Reply