ଅନୁଗୁଳ: ଚଳିତ ମାସ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କିଟ୍ ବିଶ୍ଵବିଦ୍ୟାଳୟ ଦୂତୀ ଚାନ୍ଦ ଷ୍ଟାଡିୟମ୍ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ବିଶେଷ ସଫଳତା ମିଳିଛି। ଏହି ପ୍ରତିଯୋଗିତାରେ ଗୋବିନ୍ଦ ପାଣ୍ଡେ ୨୩ ବର୍ଷରୁ କମ୍ ୨୦ କିମି ଚାଲି,ପ୍ରିନ୍ସ ସେଠି ୧୬ ବର୍ଷରୁ କମ ୫ କିମି ଚାଲି,ପୂଜା ପରିଡ଼ା ୨୩ ବର୍ଷରୁ କମ ମହିଳା ବିଭାଗ ଚାଲି,ପ୍ରିୟବ୍ରତ ପ୍ରଧାନ ଜାଭେଲିନ ଥ୍ରୋରେ ସ୍ଵର୍ଣ୍ଣ ପଦକ ଜିତି ଥିବା ବେଳେ ସ୍ଵାଧୀନ ମାଝୀ ଉଚ୍ଚ ଡିଆଁ ଓ ଦୁର୍ଗା ଶଙ୍କର କିସ୍କୁ ପୋଲ ଭଲ୍ଟରେ ରାଜ୍ୟ ରେକର୍ଡ ସହ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ।ସେହିଭଳି ସୁଦୀପ କୁମାର ସାହୁ ୨୩ ବର୍ଷରୁ କମ ୨୦କିମି ଚାଲି ,ଶୁଭମ୍ ଜ୍ୟୋତି ନାୟକ ସିନିୟର ୨୦ କିମି ଚାଲି ଓ ବର୍ଷାରାଣୀ ସାହୁ ୨୩ ବର୍ଷରୁ କମ ୨୦ କିମି ଚାଲି ବିଭାଗରେ ଦ୍ଵିତୀୟ ହୋଇ ରୌପ୍ୟ ପଦକ ହାସଲ କରିଥିଲେ। ଏହି ଗସ୍ତରେ ନୀଳମଣି ଦାସ କୋଚ ଏବଂ ସୁଜିତ୍ ଗଡ଼ନାୟକ ମ୍ୟାନେଜର ଭାବେ ସାମିଲ ହୋଇଥିଲେ।ବେଶ୍ କିଛି ବର୍ଷର ବ୍ୟବଧାନ ପରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଉଦ୍ୟମ କ୍ରମେ ଜିଲ୍ଲା କ୍ରୀଡା ସଂଘର ନିର୍ବାଚନ କରାଯାଇ ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତା ପାଇଁ ଖେଳାଳୀ ଚୟନ କରାଯାଇଥିଲା। ଅନୁଗୁଳ ଜିଲ୍ଲାର ଏହି ବିଶେଷ ସଫଳତା ପାଇଁ ସଂଘ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତଙ୍କ ସମେତ ବରିଷ୍ଠ ସଦସ୍ୟ କିଶୋର କର,ପ୍ରଦୀପ ଦେବତା,ପ୍ରଦୀପ ରାଉତଙ୍କ ସମେତ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ପ୍ରମୁଖ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ରାଜ୍ୟ ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ଅନୁଗୁଳକୁ ୬ ସ୍ଵର୍ଣ୍ଣ ଓ ୩ ରୌପ୍ୟ ପଦକ
- Post published:June 27, 2023
- Post category:କ୍ରୀଡ଼ା / ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul