ଅନୁଗୁଳ: କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଅନୁଗୁଳ ହିନ୍ଦୁ ସୁରକ୍ଷା ମଞ୍ଚ। ପାକିସ୍ତାନ ମୁର୍ଦ୍ଦାବାଦ୍, ହିନ୍ଦୁ ହିନ୍ଦୁ ଭାଇ ଭାଇ ସାଙ୍ଗକୁ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ଦାବିରେ ଏକ ଶୋଭାଯାତ୍ରା ଶତାଧିକ ଲୋକଙ୍କୁ ନେଇ ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବାହାରି ରାଜା ଛକ ନିକଟରେ ପହଞ୍ଚିଥିଲା। ସେଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓଡ଼ିଶା (ପୂର୍ବ) ଓ ବିଭିନ୍ନ ହିନ୍ଦୁ ଓ ସାମାଜିକ ଅନୁଷ୍ଠାନ ଯୋଗ ଦେଇଥିଲେ।
ପର୍ଯ୍ୟଟକଙ୍କୁ କେଉଁ ଧର୍ମର ଓ ସେମାନଙ୍କ ନାମ ପଚାରି ତା’ ମଧ୍ୟରୁ ହିନ୍ଦୁମାନଙ୍କୁ ବାଛି ବାଛି ଅତି ଅମାନବୀୟ ଭାବେ ଗୁଳି କରି ହତ୍ୟା କରିବା ଘଟଣା, ଯାହା ସାରା ବିଶ୍ବକୁ ସ୍ତବ୍ଧ କରିଛି। ଧର୍ମ ପଚାରି ହତ୍ୟା କରୁଥିବା ଆତଙ୍କବାଦୀ ମାନେ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବୋଲି ମଞ୍ଚ ଅଭିଯୋଗ କରିଛି। ଏଣୁ ଏମାନଙ୍କ ଆର୍ଥିକ ବାସନ୍ଦ କରାଯିବା ଉଚିତ ବୋଲି ମଞ୍ଚ ହିନ୍ଦୁ ସମାଜକୁ ଆହ୍ବାନ ଦେଇଛି।
ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଅନୁଗୁଳ ହିନ୍ଦୁ ସୁରକ୍ଷା ମଞ୍ଚ, ହିନ୍ଦୁଙ୍କୁ ହତ୍ୟା ଘଟଣା ବିରୋଧରେ ଶୋଭାଯାତ୍ରା
