ଅନୁଗୁଳ: ଆଉ ଦିନକ ପରେ ସୁସଜ୍ଜିତ ପୂଜା ମଣ୍ଡପକୁ ଓଲ୍ହାଇବେ ସାଗର ଦୁଲଣି ମା ଲଷ୍ମୀ । ତାଙ୍କୁ ସ୍ୱାଗତ କରିବା ପାଇଁ ସକଳ ପ୍ରସ୍ତୁତିରେ ଲାଗିଛନ୍ତି ପୂଜା କମିଟି କର୍ମକର୍ତା।ଏଥିନେଇ ଶୁକ୍ରବାର ଏକ ହୋଟେଲରେ ଆୟୋଜିତ ହୋଇଥିଲା କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ। ପୂଜା କମିଟିର ସଭାପତି ଅକ୍ଷୟ କୁମାର ସାମନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଶ୍ରୀ ସାମନ୍ତ ଅନୁଗୁଳ ର ପ୍ରସିଦ୍ଧ ଲଷ୍ମୀ ପୂଜାକୁ ସରସ ସୁନ୍ଦର ଓ ପ୍ରଦୂଷଣହୀନ କରିବା ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ଥର ନିଷ୍ପତ୍ତି ନିଆଯାଇଛି କି ଆତସବାଜି ପ୍ରତିଯୋଗିତା ହେବନାହିଁ । ତେଣୁ ପଡ଼ିଆରେ ମେଳଣ ନହୋଇ ସମ୍ମିଳିତ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି ଶୋଭାଯାତ୍ରା ସର୍କିଟ ହାଉସ ବଦଳରେ ଥାନା ଛକରୁ ରାଜା ଛକ ଦେଇ ବଜାର ପରିକ୍ରମା ପରେ ପୂଜା ମଣ୍ଡପ ଗୁଡିକ ନିଜ ନିଜର ନିର୍ଦ୍ଧାରିତ ଜଳାଶୟକୁ ଯାଇ ମୂର୍ତି ବିସର୍ଜନ କରିବେ। ଶୋଭାଯାତ୍ରା ଅପରାହ୍ନ ୩ଟା ରୁ ଆରମ୍ଭ ହୋଇ ରାତି ୧୦ ସୁଦ୍ଧା ବିସର୍ଜନ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ସର୍ବାଧିକ ରାତି ୧୧ଟା ପର୍ଯ୍ୟନ୍ତ ଚାଲୁ ରହିବ।ମଦୁଆ ଧରା ଗାଡି ପୂର୍ବ ବର୍ଷ ଭଳି ବୁଲିବ।ସାଉଣ୍ଡ ଗାଡିର ଉଚ୍ଚତା ସର୍ବାଧିକ ୧୨ ଫୁଟ ରହିବ। ପୋୖରପାଳିକା ପକ୍ଷରୁ ପାଣି, ଆଲୋକ ଓ ପରିମଳ ଉପରେ ଗୁରୁତ୍ୱ ଦିଆଯିବ।
ଚଳିତ ବର୍ଷ ୧୯ ତାରିଖରେ ଭଷାଣି ପର୍ବ ଅନୁଷ୍ଠିତ ହେବ। ଶୋଭାଯାତ୍ରାରେ ଡିଜେ ସାଉଣ୍ଡକୁ ନିଷିଦ୍ଧ କରାଯାଇଛି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କିଶୋର କର,ସୁନୀଲ ସାହୁ,ଅକ୍ଷୟ କୁମାର ଦାସ,ପୂର୍ଣ ଚନ୍ଦ୍ର ରାଉତ,ବିଭୂଦେନ୍ଦୁ ପ୍ରସାଦ ସାହୁ,ବିରେନ୍ଦ୍ର ନାୟକ,ରଞ୍ଜିତ ମାଣ୍ଡୋଠିଆ,ଚନ୍ଦ୍ରକାନ୍ତ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।