ଅନୁଗୁଳ:ଆଜି ଓଡିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ଅନୁଗୁଳ ଅମଲାପଡାରେ ରହୁଥିବା ସତ୍ୟବ୍ରତ ମହାପାତ୍ର ୨୭୯ ତମ ସ୍ଥାନ ହାସଲ କରିଛନ୍ତି। ସତ୍ୟବ୍ରତଙ୍କ ବାପା ଶ୍ରୀକାନ୍ତ ମହାପାତ୍ର ବସ ଷ୍ଟାଣ୍ଡରେ ହକରିଙ୍ଗ କରନ୍ତି ଓ ମା ସୁଚିତ୍ରା ଗୃହିଣୀ। ଚାରି ଭାଇ ଭଉଣୀ ମଧ୍ୟରେ ସତ୍ୟବ୍ରତ ସବା ସାନ। ବହୁ ଦୁଃଖ କଷ୍ଟ ମଧ୍ୟରେ ବାପା ପିଲା ମାନଙ୍କୁ ମଣିଷ କରିଛନ୍ତି।ପିଲା ଦିନରୁ ମେଧାବୀ ଥିବା ସତ୍ୟବ୍ରତ କିଛି ଗୋଟେ କରି ଦେଖାଇବାର ଝୁଙ୍କ ଯୋଗୁଁ କଠିନ ପରିଶ୍ରମ କରୁଥିଲେ। ଯୁକ୍ତ ଦୁଇ ପରେ ଓୟୁଏଟିରେ ଉଚ୍ଚ ଶିକ୍ଷା ଲାଭ ପରେ ସିଭିଲ ସର୍ଭିସ ପାଇଁ ମନ ବଳାଇ ଥିଲେ।
ସତ୍ୟବ୍ରତଙ୍କ ସଫଳତାରେ ପରିବାର ସମେତ ସାଙ୍ଗ ସାଥି ବେଶ ଖୁସି ବ୍ୟକ୍ତ କରିଛନ୍ତି।ମହାବିନାୟକ ୟୁଥ କ୍ଲବର ସଦସ୍ୟ ଥିବାରୁ ତାଙ୍କୁ କ୍ଲବ ପକ୍ଷରୁ ଆଜି ସନ୍ଧ୍ୟାରେ ସତ୍ୟବ୍ରତଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଛି ।