ଅନୁଗୁଳ: ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ଦ୍ଵାରା ଇଛୁକ ବାଳିକା ଓ ବାଳକ ମାନଙ୍କୁ ଉଚ୍ଚତର ତାଲିମ ଦିଆଯିବ।ଆଇଟିଆଇ ଏବଂ ପଲିଟେକନିକ୍ ସଂସ୍ଥା ସହ ଅନ୍ୟାନ୍ୟ ତାଲିମ ପ୍ରଦାନ କାରୀ ସଂସ୍ଥା ସହଯୋଗରେ ଏହି ତାଲିମ ଦିଆଯିବ।ଅନୁଗୁଳର ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ଶିକ୍ଷାଗତ ପ୍ରମାଣ ପତ୍ର,ଆଧାର କାର୍ଡ ଓ ଫଟୋ ସହ ନିମ୍ନ କେନ୍ଦ୍ର ରେଁପହଞ୍ଚି ଯୋଗାଯୋଗ କରିବେ।ଡିସେମ୍ବର ୧ ତାରିଖରେ ବନରପାଳ ବ୍ଲକ,ଡିସେମ୍ବର ୪ ତାରିଖରେ ତାଳଚେର ବ୍ଲକ, ୬ ତାରିଖରେ ଆଠମଲ୍ଲିକ ବ୍ଲକ,୮ ତାରିଖରେ ଛେଣ୍ଡିପଦା ବ୍ଲକ,ଡିସେମ୍ବର ୨ ତାରିଖରେ କଣିହାଁ ବ୍ଲକ,୪ ତାରିଖରେ ପାଲଲହଡ଼ା ବ୍ଲକ,୭ ତାରିଖରେ କିଶୋରନଗର ବ୍ଲକ୍ ଏବଂ ୧୧ ତାରିଖରେ ଅନୁଗୁଳ ବ୍ଲକ୍ ପରିସରରେ ଏଥିନେଇ ଶିବିର ଅନୁଷ୍ଠିତ ହେବ ବୋଲି କର୍ମ ନିୟୋଜନ ଅଧିକାରୀ ଜଣାଇଛନ୍ତି ।
ବାଳକ ବାଳିକା ମାନଙ୍କୁ ବୈଷୟିକ ତାଲିମ ଦେବେ ସରକାର
- Post published:November 20, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul
You Might Also Like
“ସକାଳ” ୪ର୍ଥ ସ୍ଵନକ୍ଷତ୍ର ଉପଲକ୍ଷେ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା, କନିଷ୍ଠ ବର୍ଗରେ ପ୍ରିନ୍ସ ଏବଂ ବରିଷ୍ଠ ବର୍ଗରେ ରଞ୍ଜିତ ପ୍ରଥମ
କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଜଘନ୍ୟ ବଳାତ୍କାର ଓ ନୃଶଂସ ହତ୍ୟାକାଣ୍ଡକୁ ଅନୁଗୁଳ ବାଣିଜ୍ୟ ସଂଘର ନିନ୍ଦା: କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମିଲ ହୋଇ ମାଗିଲେ ନ୍ୟାୟ





