ଅନୁଗୋଳ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ପାଳିତ

You are currently viewing ଅନୁଗୋଳ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ପାଳିତ

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟରେ ବିଶ୍ୱ ଆଦିବାସୀ ଦିବସ ଏବଂ ମହାନ କ୍ରାନ୍ତି ଦିବସ ଧୁମଧାମରେ ପାଳିତ ହୋଇଛି। ଆଦିବାସୀ ସମାଜର ମହାନ ଐତିହ୍ୟ, ଗୌରବମୟ ସଂସ୍କୃତି ଏବଂ କଳାକୁ ସମ୍ମାନ ଜଣାଇ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ତାଳଚେର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବ୍ରଜକିଶୋର ପ୍ରଧାନ, ପୂର୍ବତନ ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଯୋଗଦେଇ ଆଦିବାସୀ ସମାଜର ଅବଦାନ ଓ ସଂଗ୍ରାମୀଙ୍କ ଗୌରବଗାଥା ସ୍ମରଣ କରିଥିଲେ।

କାର୍ଯ୍ୟକ୍ରମରେ ବରିଷ୍ଠ ନେତା ବିପ୍ଳବ ଜେନା, ଆଇନଜିବୀ ସଂଘ ସଭାପତି ଦିଲ୍ଲୀପ ସାହୁ, ମହେନ୍ଦ୍ର ବସ୍ତିଆ, ଯୁବନେତା ଅରୁଣାଭ ସିଂହ, ଚନ୍ଦ୍ରକାନ୍ତ ପ୍ରଧାନ, ରାଜୀବ ଲୋଚନ ଦାସଙ୍କ ସମେତ ବିଜେଡିର ବରିଷ୍ଠ, ଯୁବ, ଛାତ୍ର ଓ ମହିଳା ଜିଲ୍ଲା କର୍ମକର୍ତ୍ତା ଏବଂ ବହୁ ଆଇନଜୀବୀ ଉପସ୍ଥିତ ରହି ଆଦିବାସୀ ସଂସ୍କୃତିର ପ୍ରଚାର ଓ ପ୍ରସାର ଉପରେ ଆଲୋକପାତ କରିଥିଲେ।

Share

Leave a Reply