ଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ତାଳଚେର କୁ ହରାଇ ଝାରସୁଗୁଡ଼ା ବିଜୟୀ

You are currently viewing ଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ତାଳଚେର କୁ ହରାଇ ଝାରସୁଗୁଡ଼ା ବିଜୟୀ

ଅନୁଗୋଳ: ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ତାଳଚେର ଓ ଆଦର୍ଶ କ୍ଳବ୍ ଝାରସୁଗୁଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଝାରସୁଗୁଡ଼ା ୪-୩ ଗୋଲରେ ବିଜୟୀ ହୋଇଥିଲା। ପ୍ରତାପ କିଷାନ୍ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଜିଲ୍ଲା ଅଗ୍ନି ନିରାପତ୍ତା ଅଧିକାରୀ  ରମେଶ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅନୁଗୋଳ କ୍ରିକେଟ ଆସୋସିଏସନ୍ ସମ୍ପାଦକ ସାଗର ନାଥ ମିଶ୍ର,କ୍ରୀଡା ସଂସଦର ସଦସ୍ୟ ରମେଶ ସାହୁ ଏବଂ ଜିନାଡଲ ଷ୍ଟିଲର ଜିଏମ ଆଶୁତୋଷ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଖେଳ ପରିଚାଳନା କରିଥିଲେ ଶିବ ଶଙ୍କର ପଣ୍ଡା। ତାଙ୍କୁ ଲାଇନରେ ସହାୟତା କରିଥିଲେ ଆଲୋକ ଦେହୁରୀ ଓ ବଳରାମ ସାୟ। ସୋମବାର ଝାରସୁଗୁଡ଼ା ଓ ବରଗଡ଼ ୟୁନାଇଟେଡ ମଧ୍ୟରେ ଖେଳ ଅନୁଷ୍ଠିତ ହେବ।

Share

Leave a Reply