ଜନସମୁଦ୍ର ମଧ୍ୟରେ ବିଦାୟ ନେଲେ ପ୍ରଭୁ ଗଜାନନ, ୩୫ ମେଢ଼ ସହ ଜମିଲା ଭସାଣି

You are currently viewing ଜନସମୁଦ୍ର ମଧ୍ୟରେ ବିଦାୟ ନେଲେ ପ୍ରଭୁ ଗଜାନନ, ୩୫ ମେଢ଼ ସହ ଜମିଲା ଭସାଣି

ଅନୁଗୋଳ: କଳାହୀରା ସହର ତାଳଚେରର ଗଣପର୍ବ ଗଣେଶ ପୂଜାର ଭସାଣି ଉତ୍ସବ ଶନିବାର ମହାସମାରୋହରେ ଅନୁଷ୍ଠିତ ହୋଇଛି। ବଡ଼ଦାଣ୍ଡ ସାହି ମେଲଣ ପଡ଼ିଆରେ ୩୫ଟି ମେଢ଼ ଏକାଠି ହେବା ପରେ ଅପରାହ୍ନ ୨ଟାରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ବଡ଼ବଜାର, ତାଳଚେର ଥାନା, ଚିତ୍ରକୂଟ ବଜାର, ହନୁମାନପଡ଼ା, ବଉଳଛକ ଓ ଭୈରବୀ ସାହି ଦେଇ ଶୋଭାଯାତ୍ରା ପୁଣି ବଡ଼ବଜାରରେ ଶେଷ ହୋଇଥିଲା।

ବିଭିନ୍ନ ପୂଜା କମିଟିର ଆକର୍ଷଣୀୟ ମେଢ଼, ବାଦ୍ୟ, ନୃତ୍ୟ ଓ ପାରମ୍ପରିକ କଳା ପରିବେଷଣ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ବଡ଼ଦାଣ୍ଡ ଛକରୁ ଫାଷ୍ଟଗେଟ୍‌ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଲାଗିରହିଥିଲା। ପ୍ରଶାସନର ନିଷ୍ପତ୍ତିକ୍ରମେ ଡିଜେ ବ୍ୟବହାର ନିଷିଦ୍ଧ ରହିଥିଲା। ରାତି ପ୍ରାୟ ୧୨ଟାରେ ଭସାଣି ଶେଷ ହେବା ପରେ ମେଢ଼ଗୁଡ଼ିକୁ ବ୍ରାହ୍ମଣୀ ନଦୀକୂଳରେ ନିର୍ମିତ ଅସ୍ଥାୟୀ କୃତ୍ରିମ ପୋଖରୀରେ ବିସର୍ଜନ କରାଯାଇଥିଲା।

Share

Leave a Reply