ବାଘେଶ୍ବର ବାବାଙ୍କ ନାମରେ ଠକାମି: ସାଇବର ଠକମାନେ ଲୁଟି ନେଲେ ୧୮ ଲକ୍ଷ

You are currently viewing ବାଘେଶ୍ବର ବାବାଙ୍କ ନାମରେ ଠକାମି: ସାଇବର ଠକମାନେ ଲୁଟି ନେଲେ ୧୮ ଲକ୍ଷ

ଅନୁଗୁଳ: ଅନୁଗୁଳରେ ସାଇବର ଠକାମିର ଏକ ବଡ଼ ମାମଲା ସାମ୍ନାକୁ ଆସିଛି। କୁମଣ୍ଡ ଗାଁର ବିନିତ କୁମାର ସେଠିଙ୍କ ନିକଟରୁ ସାଇବର ଠକମାନେ ପ୍ରାୟ ୧୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏହି ଘଟଣାରେ ଅନୁଗୁଳ ସାଇବର ଥାନାରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଏକ ଅଜଣା ନମ୍ବରରୁ ବିନିତଙ୍କୁ ଫୋନ କଲ୍ ଆସିଥିଲା। କଲ କରିଥିବା ବ୍ୟକ୍ତି ନିଜକୁ ବାଘେଶ୍ବର ବାବାଙ୍କ କର୍ମଚାରୀ ବୋଲି ପରିଚୟ ଦେଇଥିଲେ ଏବଂ ବିନିତଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିଦେବେ କହି ୧ ଲକ୍ଷ ଟଙ୍କା ମାଗିଥିଲେ। ବିନିତ ପ୍ରଥମେ ୧ ଲକ୍ଷ ଟଙ୍କା ଦେଇଥିଲେ। ପରେ ସାଇବର ଠକମାନେ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ପାଖରୁ ୧୭ ଲକ୍ଷ ୮୨ ହଜାର ଟଙ୍କା ଠକି ନେଇଥିଲେ। ବିନିତ ଠକାମିର ଶିକାର ହୋଇଥିବା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ଏବଂ ସାଇବର ଠକମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି।

Share

Leave a Reply