ସ୍କୁଲ୍‌ ସମ୍ମୁଖ ରାସ୍ତାରେ ବିରାଟ ଗର୍ତ୍ତ, ବିପଦରେ ଛାତ୍ରଛାତ୍ରୀ

You are currently viewing ସ୍କୁଲ୍‌ ସମ୍ମୁଖ ରାସ୍ତାରେ ବିରାଟ ଗର୍ତ୍ତ, ବିପଦରେ ଛାତ୍ରଛାତ୍ରୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଠାକୁରଗଡ଼ରୁ କନ୍ତପଡ଼ାକୁ ସଂଯୋଗ କରୁଥିବା ପିଡବ୍ଲ୍ୟୁଡି ରାସ୍ତାର ଠାକୁରଗଡ଼ ଛକ ନିକଟରେ ଏବେ ଯାତାୟାତ ଦୁର୍ବିସହ ହୋଇପଡ଼ିଛି। ବିଶେଷକରି ସ୍କୁଲ୍‌ ସମ୍ମୁଖରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଅଭିଭାବକ ଓ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।
ବର୍ଷା ହେଲେ ଗର୍ତ୍ତରେ ପାଣି ଜମି ରହୁଥିବାରୁ ଏହାର ଗଭୀରତା ଜଣାପଡ଼ୁନାହିଁ। ଫଳରେ ଦୁଇଚକିଆ ଯାନ ସମେତ ଅନ୍ୟାନ୍ୟ ଯାନ ଚଳାଚଳରେ ଅସୁବିଧା ହେଉଛି। ପଥଚାରୀ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପାଣି ଓ କାଦୁଅ ମଧ୍ୟରେ ଯାତାୟାତ କରିବାକୁ ପଡ଼ୁଛି। ଏହି ରାସ୍ତା ଦେଇ ପ୍ରତିଦିନ ବହୁ ଲୋକ ଯାତାୟାତ କରୁଥିବାରୁ ସମସ୍ୟା ଗୁରୁତର ହୋଇଛି।

ସ୍ଥାନୀୟ ଲୋକେ ଗର୍ତ୍ତଗୁଡ଼ିକୁ ତୁରନ୍ତ ପୋତିବା ସହ ରାସ୍ତାର ଆବଶ୍ୟକ ମରାମତି କରିବାକୁ ଦାବି କରିଛନ୍ତି। ବିଶେଷକରି ସ୍କୁଲ୍‌ ସମ୍ମୁଖ ରାସ୍ତାକୁ ପ୍ରାଥମିକତା ଦେଇ ଶୀଘ୍ର ପଦକ୍ଷେପ ନେବାକୁ ପିଡବ୍ଲ୍ୟୁଡି ବିଭାଗ ନିକଟରେ ଦାବି ହୋଇଛି।

Share

Leave a Reply