ଆତ୍ମରକ୍ଷା କୌଶଳ ଶିଖିଲେ କିଶୋରନଗର ଡିଗ୍ରୀ କଲେଜ ଛାତ୍ରୀ

You are currently viewing ଆତ୍ମରକ୍ଷା କୌଶଳ ଶିଖିଲେ କିଶୋରନଗର ଡିଗ୍ରୀ କଲେଜ ଛାତ୍ରୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ଆୟୋଜିତ ସାତଦିନିଆ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପିତ ହୋଇଛି। ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ବୀଣାପାଣି ସାହୁ ଶିବିରର ଉଦ୍ଦେଶ୍ୟ ଓ ମହିଳା ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ମହାବିଦ୍ୟାଳୟ ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ସଶକ୍ତୀକରଣ, ସଚେତନତା ଓ ଉଚ୍ଚଶିକ୍ଷା ବିଭାଗର ଏହି କାର୍ଯ୍ୟକ୍ରମର ଉପକାରିତା ସମ୍ପର୍କରେ କହିଥିଲେ। ଅଧ୍ୟାପକ ତରଣୀସେନ ସାହୁ ନାରୀ ସଶକ୍ତିକରଣର ଗୁରୁତ୍ୱ ବୁଝାଇଥିଲେ। ଛାତ୍ରୀ ଶିଖା ବେହେରା ଶିବିରରେ ହାସଲ କରିଥିବା ଅନୁଭୂତି ବାଣ୍ଟିଥିଲେ।

ଅଧ୍ୟାପିକା ରୋଜାଲିନ ପ୍ରଧାନ, ଅମ୍ବିକା ବେହେରା, ମମିତା ସାହୁ, ହେମାମାଳିନୀ ସାହୁଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ। ଛାତ୍ରୀ ତୃପ୍ତିମୟୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply