ଡେରଜଙ୍ଗ ଡ୍ୟାମ ଜଗୁଆଳି ହତ୍ୟା ମାମଲା: ୧୦ ଦୋଷୀଙ୍କୁ ଆଜୀବନ ଜେଲ୍

You are currently viewing ଡେରଜଙ୍ଗ ଡ୍ୟାମ ଜଗୁଆଳି ହତ୍ୟା ମାମଲା: ୧୦ ଦୋଷୀଙ୍କୁ ଆଜୀବନ ଜେଲ୍

ଅନୁଗୋଳ: ଅନୁଗୋଳ ଜିଲ୍ଲା ଡେରଜଙ୍ଗ ଡ୍ୟାମ ଜଗୁଆଳି ଜଗନ୍ନାଥ ସେନାପତି ଓରଫ ଜଗନଙ୍କ ହତ୍ୟା ମାମଲାରେ ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ କୋର୍ଟ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଦେଇଛନ୍ତି।

ମାମଲାରୁ ପ୍ରକାଶ, ୨୦୨୧ ସେପ୍ଟେମ୍ବର ୧୮ ରାତିରେ ଭୋଜି ଆୟୋଜନ କଥା ଆଲୋଚନା କରିବା ବାହାନାରେ ଅଭିଯୁକ୍ତମାନେ ଜଗନ୍ନାଥଙ୍କୁ ବାଇକ୍‌ରେ ଡେରଜଙ୍ଗ ଡ୍ୟାମର ପୂର୍ବପାର୍ଶ୍ୱ ବନ୍ଧ ରାସ୍ତାକୁ ନେଇଥିଲେ। ସେଠାରେ ଲାଠି, ଖଣ୍ଡା ଓ ଭୁଜାଲିରେ ଆକ୍ରମଣ ହେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟା ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା।
ସଦର ଥାନା ପୁଲିସ କେସ୍‌ ନଂ ୫୬୮/୨୦୨୧ ରୁଜୁ କରି ତଦନ୍ତ କରିଥିଲା। ତଦନ୍ତକାରୀ ଅଧିକାରୀ ଶ୍ରୀନିବାସ ସେଠୀ ପ୍ରମାଣ ସଂଗ୍ରହ କରି ଚାର୍ଜସିଟ୍‌ ଦାଖଲ କରିଥିଲେ। ସାକ୍ଷ୍ୟପ୍ରମାଣ ଆଧାରରେ ଜିତେନ୍ଦ୍ର ସାହୁଙ୍କ ସମେତ ୧୦ ଜଣଙ୍କୁ ଏହି ଦଣ୍ଡାଦେଶ ହୋଇଛି। ସରକାରଙ୍କ ପକ୍ଷରୁ ଓକିଲ ଅରୁଣ କୁମାର ସାମଲ ମାମଲା ପରିଚାଳନା କରିଥିଲେ।

Share

Leave a Reply