ନାଲକୋ କୋଇଲା ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ, କେହି ମୃତାହତ ହୋଇ ନ ଥିବା ସୂଚନା

You are currently viewing ନାଲକୋ କୋଇଲା ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ, କେହି ମୃତାହତ ହୋଇ ନ ଥିବା ସୂଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଗୋତମରା ନିକଟରେ ନାଲକୋ କୋଇଲା ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳ ୬ଟାରେ ନାଲକୋ ସ୍ମେଲଟର କାରଖାନାରୁ ଏକ ଟ୍ରେନ ମାଲ୍ ଖାଲି କରି ବୁଢାପଙ୍କ ଷ୍ଟେସନ ଯାଉଥିବା ବେଳେ ହଠାତ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଲାଇନ୍ ଚ୍ୟୁତ ହୋଇଥିଲା। ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରୁ ଟ୍ରେନ୍ ମାଲବୁହା ବଗିକୁ ହଟାଇ ଦିଆଯାଇଥିବା ବେଳେ ସେଥିରେ ଲାଗିଥିବା ଇଞ୍ଜିନକୁ ରୋକିବା ପାଇଁ ମେଣ୍ଟାଲ ଘୁଟୁକା ବନା ଯାଇଥିଲା।

ଅନ୍ୟପଟେ ନବରତ୍ନ କମ୍ପାନୀର ଏହି ପରିଚାଳନାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି।

Share

Leave a Reply