ଅନୁଗୁଳ ଶକ୍ତି ଉତ୍ପାଦନର କେନ୍ଦ୍ରସ୍ଥଳୀ, ଅଣ୍ଡରଗ୍ରାଉଣ୍ଡ କେବଲିଂ ପାଇଁ ନେତାଙ୍କ ତୁଣ୍ଡ ଫିଟୁନି,ଜନତା ଚୁପ୍‌ ‌‌

You are currently viewing ଅନୁଗୁଳ ଶକ୍ତି ଉତ୍ପାଦନର କେନ୍ଦ୍ରସ୍ଥଳୀ, ଅଣ୍ଡରଗ୍ରାଉଣ୍ଡ କେବଲିଂ ପାଇଁ ନେତାଙ୍କ ତୁଣ୍ଡ ଫିଟୁନି,ଜନତା ଚୁପ୍‌ ‌‌

ଅନୁଗୁଳ: ରବିବାର ରାତିର ଅସରାଏ ବର୍ଷା ଓ ପବନରେ ଅନୁଗୁଳ ସହରର ପ୍ରାୟ ଦଶ ପନ୍ଦର ଯାଗାରେ ଗଛ ଉପୁଡ଼ି ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଛି ତ କେଉଁଠି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଛି। ଗତ ୧୨ ରୁ ୧୫ ଘଣ୍ଟା ଧରି ସହରର ଅନେକ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆ ଯାଇପାରିନାହିଁ। ମନରେ ପ୍ରଶ୍ନ ଉଠୁଛି ଅନୁଗୁଳ ଜିଲ୍ଲାରେ କୋଇଲାର ଅମାପ ଭଣ୍ଡାର ରହିଛି। ଏନଟିପିସି, ଟିଟିପିଏସ ବ୍ୟତୀତ ଜିନ୍ଦଲ,ନାଲକୋ ଭଳି ବୃହତ୍‌ ଉଦ୍ୟୋଗର ନିଜସ୍ଵ ପାୱାର ପ୍ଲାଣ୍ଟ ରହିଛି। ଏ ଜିଲ୍ଲାରେ ପଇସାର ବି ଅଭାବ ନାହିଁ । ଡୀଏମଏଫ୍‌ ଫଣ୍ଡରେ ମଧ୍ୟ ଜିଲ୍ଲାର ଯେକୌଣସି ବିକାଶ ମୂଳକ କାମ କରା ଯାଇପାରେ।

ଅନୁଗୁଲବାସିଙ୍କ ଦୁର୍ଭାଗ୍ୟ ଏଠି ନେତାଙ୍କ ମୁହଁରେ ଆଜୀବନ ତୁଣ୍ଡି ଲାଗିଛି,ଜନତା ବି ବଡ଼ ବିଚିତ୍ର। ୧୫ ଘଣ୍ଟା ଧରି ବିନା ଲାଇନ୍‌ରେ ଚଳିବୁ ପଛେ ଅଭିଯୋଗ କରିବୁ ନାହିଁ ।

ଅନୁଗୁଳ ସହରର ବ୍ୟାସାର୍ଦ୍ଧ ପ୍ରାୟ ତିନିରୁ ସାଢେ଼ ତିନି କିମି।‌ ଯଦି ଅଣ୍ଡରଗ୍ରାଉଣ୍ଡ କେବ୍ଲିଂ କରି ଦିଆଯାନ୍ତା ତେବେ ଟିକେ ଟିକେ ପବନରେ‌ଏମିତି ଅନ୍ଧାରରେ ରହିବାକୁ ପଡ଼ନ୍ତା ନାହିଁ।‌ ବାରମ୍ବାର ମେଣ୍ଟେନାନସ ବି କରିବାକୁ ପଡ଼ନ୍ତା ନାହିଁ। ଗ୍ରାହକ ବିଦ୍ୟୁତ୍‌ ଝିଂଝଟରୁ ମୁକ୍ତି ପାଆନ୍ତେ ଏବଂ ବିଦ୍ୟୁତ୍‌ ଚୋରିକୁ‌ ରୋକା ଯାଇ ପାରନ୍ତା। ବସ୍‌ଷ୍ଟାଣ୍ଡ ରାଜା ଛକରୁ ବଜାର ଯାଏଁ ୧୧ କେଭି ଓଭରହେଡ ତାର ଟଣା ବେଳେ ଅଭିଯୋଗ ଉଠିଥିଲା ଏହାକୁ ଅଣ୍ଡରଗ୍ରାଉଣ୍ଡ କେବଲିଙ୍ଗ କରିବାକୁ। କିନ୍ତୁ‌ କେହି ଶୁଣିଲେ ନାହିଁ ।

ଆଜି ସହର ବାସୀ ଲାଇନ୍‌ ପାଇଁ ଯେଉଁ ହିନସ୍ତା ଭୋଗୁଛନ୍ତି ତାହା ହୁଅନ୍ତା ନାହିଁ। ଆଶା କରିବୁ ଲୋକେ ଚେତିବେ ଏବଂ ନିର୍ବାଚନ ପରେ ନୂଆ ସରକାରଙ୍କ ଠାରେ ଅଣ୍ଡରଗ୍ରାଉଣ୍ଡ କେବ୍ଲିଙ୍ଗ ପାଇଁ ଦାବି ଉଠାଇବେ।

Share

Leave a Reply