କଣିହାଁରୁ ୨୬ ସିଏଫ୍ଟି ଚୋରା କାଠ ଜବତ

You are currently viewing କଣିହାଁରୁ ୨୬ ସିଏଫ୍ଟି ଚୋରା କାଠ ଜବତ

ଅନୁଗୁଳ: ଗତ ଗୁରୁବାର କଣିହାଁ ରେଞ୍ଜ ଅଧିକାରୀ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଦଲକ ବିଟର ବିରଭୁଇଁ ଗାଁରେ ଚଢାଉ କରି ଗୋଟିଏ ଆମ୍ବ ତୋଟାରେ ଚୋରା କାଠ ରଖା ଯାଇଥିବା ଦେଖିବାକୁ ପାଇଥିଲେ।ଘଟଣା ସ୍ଥଳରୁ ଜଙ୍ଗଲ ବିଭାଗ ଅଧିକାରୀମାନେ ୫୬ ଟି ଶାଗୁଆନ ପଟା ଯାହାର ପରିମାଣ ୧୩.୧୫ ସିଏଫ୍ଟି ଏବଂ ୩୬ ଟି ଗମ୍ଭାରୀ ପଟା ଯାହାର ପରିମାଣ ୧୨.୮୭ ସିଏଫ୍ଟି ହେବ ଜବତ କରିଥିଲେ। ଜବତ ସାମଗ୍ରୀ ସବୁ କଣିହାଁ ରେଞ୍ଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି। ଏହି ଚଢାଉରେ ନୀଳାଦ୍ରିନାଥ ସାହୁ ରେଞ୍ଜ ଅଫିସର, ହରେକୃଷ୍ଣ ଦେହୁରୀ, ଦୀପକ ସେଠି, ଜଲି ଦେହୁରୀ,ଫରେଷ୍ଟର ନରୋତ୍ତମ ଦେହୁରୀ, ଗୀତାଞ୍ଜଳି ସାହୁ, ଦୀପକ ସାହୁ, ମନୋସ୍ମିତା ସାହୁ, କବିତା ପ୍ରଧାନ ଫରେଷ୍ଟ ଗାର୍ଡ ଓ ଅନ୍ୟମାନେ ସାମିଲ ଥିଲେ।

Share

Leave a Reply