ଅନୁଗୁଳ ମେଡ଼ିକାଲକୁ ଆସିବ ଦ୍ଵିତୀୟ ମହାପ୍ରୟାଣ

You are currently viewing ଅନୁଗୁଳ ମେଡ଼ିକାଲକୁ ଆସିବ ଦ୍ଵିତୀୟ ମହାପ୍ରୟାଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦ୍ଵିତୀୟ ଶବ ବୁହା ଗାଡି ବା ମହାପ୍ରୟାଣ ଆସିବ ବୋଲି ସୂଚନା ମିଳିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରୋଗୀ କଲ୍ୟାଣ ସମିତିର ନିଷ୍ପତ୍ତି ଅନୁସାରେ ଅନୁଗୁଳ ମେଡିକାଲ ପାଇଁ ଦ୍ଵିତୀୟ ଶବ ବୁହା ଗାଡି କିଣା ଯିବା ପାଇଁ ଜିଲ୍ଲା ପ୍ରଶାସନକୁ ଚିଠି କରାଯାଇଛି। ଅନୁଗୁଳ ଭଳି ଏକ ଦୁର୍ଘଟଣାପ୍ରବଣ ଜିଲ୍ଲାରେ ଗୋଟିଏ ଶବ ବାହକ ଗାଡି ଯୋଗୁଁ ବହୁତ ସମସ୍ୟା ହେଉଥିଲା।

ରୋଗୀଙ୍କ ସମ୍ପର୍କୀୟ ମାନେ ଗାଡି ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ। ସେହିଭଳି ଅନୁଗୁଳ ମର୍ଗ ବା ଶବ ସଂରକ୍ଷଣାଗାର ପାଇଁ ଦ୍ଵିତୀୟ ଫ୍ରିଜର କିଣାଯିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ଚାରୋଟି ଶବ ଏକକାଳୀନ ରଖାଯାଇ ପାରିବ। ଅନୁଗୁଳ ମେଡିକାଲ ପାଇଁ ତିନିଗୋଟି ଡିଜିଟାଲ ଡିସପ୍ଲେ ମନିଟର କିଣାଯିବାକୁ ନିଷ୍ପତ୍ତି ହୋଇଛି। ଏହି ମନିଟର ଅନୁଗୁଳ ଓପିଡ଼ି, ଏମସିଏଚ, ଓ ଆଇପିଡ଼ି ବିଲ୍ଡିଂଗରେ ଲଗାଯିବ। ଏହି ମିଟରରେ କେଉଁଦିନ କେଉଁ ସମୟରେ କେଉଁ ଡାକ୍ତର ଡିଉଟି କରୁଛନ୍ତି ତାହାର ସୂଚନା ଦିଆଯିବ। ଏସବୁ ଦ୍ୱାରା ଅନୁଗୁଳ ମେଡିକାଲର ସ୍ୱାସ୍ଥ୍ୟ ସେବାରେ ଅଧିକ ସୁଧାର ଆସିପାରିବ ବୋଲି ଆଶା କରାଯାଉଛି ।

Share

Leave a Reply