ମା’ ନେଲେ ମେଲାଣି: ଲକ୍ଷ୍ମୀ ପୂଜା ଭସାଣି ସମାରୋହରେ ଜନସମୁଦ୍ର

You are currently viewing ମା’ ନେଲେ ମେଲାଣି: ଲକ୍ଷ୍ମୀ ପୂଜା ଭସାଣି ସମାରୋହରେ ଜନସମୁଦ୍ର

ଅନୁଗୁଳ: ଆଜି ଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣି ସମାରୋହ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଭସାଣି ସମାରୋହକୁ ଶୃଙ୍ଖଳାର ସହ ସମ୍ପନ୍ନ କରିବାପାଇଁ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଥାନା ଛକରେ ଆୟୋଜିତ ଏହି ସମାରୋହରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ,ଏସ ପି ରାହୁଲ ଜୈନଙ୍କ ସମେତ କେନ୍ଦ୍ରୀୟ ପୂଜା କମିଟିର କର୍ମକର୍ତ୍ତା ଯୋଗଦେଇଥିଲେ। ଭସାଣି ଶୋଭାଯାତ୍ରାକୁ ଅନୁମତି ମିଳିଲା ବେଳକୁ ଅପରାହ୍ନ ଚାରିଟା। ଏହାପରେ ପୂର୍ବ ନିର୍ଦ୍ଧାରିତ କ୍ରମାଙ୍କ ଅନୁସାରେ ପ୍ରଥମେ ଆନନ୍ଦ ବଜାର, ହେମସୁରପଡ଼ା ତାପରେ ବାହାରିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ମେଢ଼ ଥାନା ଛକରୁ ବାହାରି ପୁରୁଣା ବସ୍ ଷ୍ଟାଣ୍ଡ ଦେଇ ବଜାର ଛକ ଦେଇ ନିଜ ନିଜ ଜଳାଶୟ ଆଡ଼କୁ ମୁହାଁଇ ଥିଲେ। ସବା ଶେଷ ଆଡ଼କୁ ପୁରୁଣା ବସ ଷ୍ଟାଣ୍ଡ, ସୂଚନା ବଜାର ଆଦି କମିଟି ରହିଥିଲା। ଶୋଭାଯାତ୍ରାରେ ଡିଜେ,ମୂଜିକାଲ୍ସ୍, ଡ୍ରମ ବାଜା,ସିଂ ବାଜା,ଆଦିବାସୀ ନୃତ୍ୟ,ଲଉଡି ଖେଳ,ଶିବ ନୃତ୍ୟ ଏବଂ ଅନ୍ୟାନ୍ୟ ଲୋକ ନୃତ୍ୟ ଦେଖିବାକୁ ମିଳିଥିଲା।

କେତେକ ଜାଗାରେ ରେକର୍ଡ ଡ୍ୟାନସ ମଧ୍ୟ ଲୋକଙ୍କୁ ଆକର୍ଷିତ କରିଥିଲା।ଲାଇଟ ଗେଟ ଏବଂ ଲେଜର ସୋ ଯୁବ ବର୍ଗଙ୍କୁ ମତୁଆଲା କରିଥିଲା।ପୂଜା କମିଟିର ସଦସ୍ୟ ମାନେ ଗଣ ବେଶ ପିନ୍ଧି ନାଚି ନାଚି ଶୋଭାଯାତ୍ରାରେ ଯାଉଥିଲେ।ପ୍ରାୟ ଲକ୍ଷାଧିକ ଦର୍ଶକ ଭସାଣି ଶୋଭାଯାତ୍ରାକୁ ଉପଭୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିଲା। ଏଗାର କେଭି ଲାଇନ ତଳେ ଶୋଭାଯାତ୍ରା ଯାଉଥିବାରୁ ନିର୍ଦ୍ଧାରିତ ସମୟରେ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଥିଲା।

Share

Leave a Reply