ଟାଙ୍ଗିଆରେ ହାଣି ବାପାଙ୍କୁ ହତ୍ୟା କଲା ପୁଅ, ମାଆ ଗୁରୁତର

0

ଅନୁଗୁଳ:ପିତୃ ହନ୍ତା, ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ଆକ୍ରମଣରେ ମାଆ ଗୁରୁତର ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଦୁର୍ଗାପୁର କୁଡ଼ାସାହିର କୃଷ୍ଣଚନ୍ଦ୍ର ବେହେରା । ତାଙ୍କ ପତ୍ନୀ ରୁକ୍ମିଣୀ ବେହେରାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ପୁଅ ନାଥ ବେହେରା ଘଟଣାସ୍ଥଳରୁ ଚମ୍ପଟ ମାରିଛି ।
ନାଥ ବେହେରା ଜଣେ ଗାଡି ଡ୍ରାଇଭର । ରବିବାର ନାଥ ଗାଁକୁ ଫେରିଥିଲା ।ଅଭିଯୁକ୍ତ ଗାଁର ଜଣେ ମହିଳାଙ୍କୁ ପ୍ରେମ କରୁଛି । ଆଜି ସକାଳେ ତା ସହ କଥା ହବାକୁ ବରଣକୁ ନେଇ ବାପା ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ନାଥ ଏକ ଟାଙ୍ଗିଆରେ ବାପାଙ୍କୁ ଆକ୍ରମଣ କରିଥିଲା । ମାଆ ବାରଣ କରିବାରୁ ତାଙ୍କୁ ମଧ୍ୟ ଚୋଟ ପକାଇଥିଲା । ଘଟଣାସ୍ଥଳରେ ଟଳି ପଡ଼ିଥିଲେ କୃଷ୍ଣଚନ୍ଦ୍ର । ବାପାଙ୍କର ମୃତ୍ୟୁ ହୋଇଥିବା ଦେଖି ଫେରାର ହୋଇଯାଇଛି ପୁଅ । ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ରୁକ୍ମିଣୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ଜରପଡ଼ା ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.

error: Content is protected !!