ବିଜୁ ମୈଦାନଠାରେ ଅନୁଗୁଳ ମେଳା ଉଦଘାଟିତ, ୨୦ ଯାଏଁ ଚାଲିବ

You are currently viewing ବିଜୁ ମୈଦାନଠାରେ ଅନୁଗୁଳ ମେଳା ଉଦଘାଟିତ, ୨୦ ଯାଏଁ ଚାଲିବ

ଅନୁଗୁଳ: ସ୍ଥାନୀୟ ବିଜୁ ମୈଦାନଠାରେ ଅନୁଗୁଳ ମେଳା ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ୍ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ ସିଠ, ଜିଲ୍ଲା ଶିକ୍ଷା କାର୍ମିକ ଅଧିକାରୀ ଭିକାରୀ ବନ୍ଧୁ ସାହୁ ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ଯୋଗ ଦେଇଥିଲେ।

ଆସନ୍ତା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବାକୁ ଥିବା ବେଳେ ଏଠାରେ ହସ୍ତଶିଳ୍ପ କୁଟୀର ଶିଳ୍ପ ବୟନ ଶିଳ୍ପ ଘରୋଇ ଉପକରଣ ବୈଦ୍ୟୁତିକ ଓ ରାଜ୍ୟ ତଥା ରାଜ୍ୟ ବାହାରର ଶାଢ଼ି ଖଦିବସ୍ତ୍ର ଇତ୍ୟାଦି ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରଦର୍ଶନୀ ସହିତ ବିକ୍ରୟ ହେଉଛି । ଏଥିସହିତ ବିଭିନ୍ନ ପ୍ରକାର ଶିକ୍ଷଣୀୟ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ମେଳାର ସଂଯୋଜକ ପର୍ଶୁରାମ ଦାଶ କହିଛନ୍ତି।
ମେଳାକୁ ବୁଲି ଆସିବା ସହିତ ନିଜ ମନ ପସନ୍ଦର ସାମଗ୍ରୀ କିଣି ନେବାକୁ ମେଳା ତରଫରୁ ଆହ୍ବାନ କରିଛନ୍ତି।

Share

Leave a Reply