ପିତାମହଙ୍କ ପାଇଁ ଦିନଟିଏ: ଡି.ଏ.ଭି ଜଗନ୍ନାଥ କ୍ଷେତ୍ରରେ ଧୁମଧାମରେ ପିତାମହ ଦିବସ ପାଳିତ

You are currently viewing ପିତାମହଙ୍କ ପାଇଁ ଦିନଟିଏ: ଡି.ଏ.ଭି ଜଗନ୍ନାଥ କ୍ଷେତ୍ରରେ ଧୁମଧାମରେ ପିତାମହ ଦିବସ ପାଳିତ

ଅନୁଗୁଳ: ତାଳଚେର ଜଗନ୍ନାଥ କ୍ଷେତ୍ର ଡି.ଏ.ଭି ପବ୍ଲିକ ସ୍କୁଲରେ ପିତାମହ ଦିବସ ବେଶ୍ ଧୁମଧାମରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜଗନ୍ନାଥ କ୍ଷେତ୍ରର ଏ.ପି.ଏମ୍ ମହେଶ ରଞ୍ଜନ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ନର୍ସରୀ ,ଏଲ୍.କେ.ଜି ଏବଂ ୟୁ.କେ.ଜି ଶ୍ରେଣୀର ଛାତ୍ରଛାତ୍ରୀଙ୍କର ପ୍ରାୟ ଶହେରୁ ଅଧିକ ପିତାମହ ଓ ପିତାମହୀ ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତ୍ତୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ।

ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କର ଶିକ୍ଷା ଓ ଚାରିତ୍ରିକ ବିକାଶରେ ଗୃହ ପରିବେଶ ଏବଂ ପରିବାରର ଗୁରୁଜନ ବିଶେଷ କରି ପିତାମହ ପିତାମହୀମାନଙ୍କ ନୈତିକ ଆଦର୍ଶପୂର୍ଣ୍ଣ ତତ୍ତ୍ୱାବଧାନ ଓ ମାର୍ଗ ଦର୍ଶନର ବିଶେଷ ଗୁରୁତ୍ବ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପରେ କୁନି କୁନି ପିଲାମାନେ ସ୍ୱାଗତ ସଙ୍ଗୀତ, ନୃତ୍ୟ ଏବଂ ରାମ୍ପ୍ ସୋ ପ୍ରଦର୍ଶିତ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ସୀମା ବାଗଚୀଙ୍କ ସହ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଉପାଧ୍ୟକ୍ଷ ଚିତ୍ତରଞ୍ଜନ ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply