ନିଆଁ ଲାଗି ୪ ପରିବାର ଘର ପାଉଁଶ: ସହଯୋଗ କଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

You are currently viewing ନିଆଁ ଲାଗି ୪ ପରିବାର ଘର ପାଉଁଶ: ସହଯୋଗ କଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ବଅଁରପାଳ ବ୍ଲକ୍ ବୁଢ଼ାପଙ୍କ ପଞ୍ଚାୟତ ନୂଆସାହିରେ ଅଗ୍ନିକାଣ୍ଡ ଘଟି ୪ ଟି ପରିବାରର ଘର ପୋଡ଼ି ପାଉଁଶ ହୋଇଯାଇଛି।

ଖବର ପାଇ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ପହଞ୍ଚି ଅଗ୍ନିକାଣ୍ଡ ସମ୍ପର୍କରେ ପଚାରି ବୁଝିବା ସହିତ ତାଙ୍କୁ ଖାଦ୍ୟ ସାମଗ୍ରୀ ଓ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ କିପରି ସରକାରୀ ସହାୟତା ମିଳି ପାରିବ ସେ ସମ୍ପର୍କରେ ବ୍ଲକ୍ ଅଧିକାରୀ ଓ ତହସିଲଦାରଙ୍କ ସହିତ ଆଲୋଚନା କରିଛନ୍ତି।

ତାଙ୍କ ସହିତ ଜିଲ୍ଲା ବିଜେପି ସଭାପତି ଦିଲେଶ୍ବର ପ୍ରଧାନ, ବିଜେପି ନେତା ଦୁଃଖବନ୍ଧୁ ସାହୁ, ପ୍ରକାଶ ସିଂହ, ଗୋକୁଳାନନ୍ଦ ଲେଙ୍କା, ମନୋଜ ଜେନା, ବିଜେପିର ପଞ୍ଚାୟତ ସଭାପତି ମାନସ ମହାନ୍ତି, ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ଅକ୍ଷୟ ବିଶୋଇ, ଟୁନା ସାମଲ, ବିକାଶ ସାମଲ ଓ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply