ଅନୁଗୁଳ: ଆଜି ଅନୁଗୁଳ ଓକିଲ ସଂଘ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ସେ ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଥିଲେ। ଓକିଲ ସଂଘ ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ଅନୁରୋଧ କ୍ରମେ ବିଧାୟକ ଓକିଲ ସଂଘ କାର୍ଯ୍ୟାଳୟର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ତୁରନ୍ତ ସମାଧାନ କରିବା ସହ ଓକିଲଙ୍କ ସହ ବିଭିନ୍ନ ଆଲୋଚନା କରିଥିଲେ। ଏଥିସହ କୋର୍ଟ ପରିସରରେ ୨ଟି ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ମେସିନ୍ ଲଗାଇବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ। ଏନେଇ ଅନୁଗୁଳ ଓକିଲ ସଂଘ ସଭାପତି ହିମାଂଶୁ ଭୂଷଣ ସାମଲ ସୂଚନା ଦେଇଛନ୍ତି।
ଓକିଲ ସଂଘ କାର୍ଯ୍ୟାଳୟ ବୁଲିଲେ ବିଧାୟକ, ଥଣ୍ଡା ପାନୀୟ ଜଳ ମେସିନ୍ ଲଗାଇବାକୁ ବିଭାଗକୁ ନିର୍ଦ୍ଦେଶ
- Post published:May 21, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul