ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ସଭାକକ୍ଷ ରେ ପରିଷଦର ମାସିକ ବୈଠକ ଆୟୋଜିତ ହୋଇଥିଲା। ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଉପ ନଗରପାଳ ଅନୁପମା ସାହୁ,ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ସମେତ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ବୈଠକରେ ବିଧାୟକ ପୁରୁଣା ସରକାର ସମୟର ପରିଷଦର ବକେୟା ନିର୍ମାଣ କାର୍ଯ୍ୟର ୱାର୍କ ଅର୍ଡର ୧୫ ଦିନ ମଧ୍ୟରେ ବାହାର କରିବାକୁ ପ୍ରସ୍ତାବ ରଖିଥିଲେ। ସେହିପରି ପ୍ରତି ୱାର୍ଡର ନୂଆ କାମ ଥିଲେ ଅଗ୍ରାଧିକାର ଭିତ୍ତିରେ ଯେ କୌଣସି ତିନିଟି କାମର ପ୍ରସ୍ତାବ ଦେବାକୁ ପାରିଷଦ ମାନଙ୍କୁ କୁହାଯାଇଥିଲା। ସହରର କିଛି ବଛା ବଛା ଯାଗାରେ ହାଇମାକ୍ସ ଲାଇଟ ଲଗାଯିବାକୁ ସ୍ଥିର କରାଯାଇଥିଲା। ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀ ଅନୁଗୁଳକୁ ଏକ ସ୍ଵଛ ସୁନ୍ଦର ସହରରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିଛି ନୂଆ ଉପକରଣ ଓ ଯନ୍ତ୍ର ପାତି କିଣାଯିବାକୁ ମଧ୍ୟ ପ୍ରସ୍ତାବ ରଖା ଯାଇଥିଲା।