ପୌରପାଳିକା ମାସିକ ବୈଠକ: ଆଲୋକିକରଣ,ଡ୍ରେନ,ଡେଲି ମାର୍କେଟ ଉପରେ ଗୁରୁତ୍ବ

You are currently viewing ପୌରପାଳିକା ମାସିକ ବୈଠକ: ଆଲୋକିକରଣ,ଡ୍ରେନ,ଡେଲି ମାର୍କେଟ ଉପରେ ଗୁରୁତ୍ବ

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ସଭାକକ୍ଷରେ ପରିଷଦର ମାସିକ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ,ଢେ଼ଙ୍କାନାଳ ଏମପିଙ୍କ ନୋମିନୀ ରୁଚିର ନନ୍ଦ, ଉପାଧ୍ୟକ୍ଷା ଅନୁପମା ସାହୁ,ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ନଗରପାଳ ଶ୍ରୀ ସାମନ୍ତ ଅନୁଗୁଳ ସହରର ଆଲୋକିକରଣ ବ୍ୟବସ୍ଥାକୁ ଉନ୍ନତ କରାଯିବା ସହ ଟ୍ରାଫିକ ଆଇଲାଣ୍ଡ ତିଆରି କରାଯିବ। ଡେଲି ମାର୍କେଟକୁ ନୂଆ ରୂପ ଦିଆଯିବା ସହ ପାର୍କିଂ ବ୍ୟବସ୍ଥା କରାଯିବ।

ଅନୁଗୁଳରେ ବଜାର ଛକରୁ କଳିଙ୍ଗା ଠାକୁରାଣୀ ଏବଂ ବସ୍ ଷ୍ଟାଣ୍ଡରୁ ସିମିଳିପଡ଼ା ଦେଇ ରାଣିଗୋଡା ପର୍ଯ୍ୟନ୍ତ ଦୁଇଟି ବଡ଼ ଡ୍ରେନ ନିର୍ମାଣ କରାଯିବ। ଏଥିପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ପାଣ୍ଠି ବ୍ୟବସ୍ଥା ପାଇଁ ସ୍ମାରକ ଦିଆଯାଇଛି ବୋଲି ଶ୍ରୀ ସାମନ୍ତ କହିଥିଲେ। ସେହିଭଳି ବସ୍ ଷ୍ଟାଣ୍ଡ ରାଜାଛକରୁ ହରି ମହୁରୀଛକ ପର୍ଯ୍ୟନ୍ତ ରାସ୍ତାରେ ଥିବା ୧୧ କେଭି ବିଦ୍ୟୁତ୍ ତାରକୁ ଭୂମି ତଳେ ନେବାପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦୃଢୀଭୂତ ହୋଇଥିଲା।ବୈଠକରେ ସମସ୍ତ କାଉନସିଲର ମାନେ ଯୋଗ ଦେଇଥିଲେ ।

Share

Leave a Reply