ଶ୍ରୀଲେଦରସ୍ ଓ ଜିମକୁ ଜରିମାନା

You are currently viewing ଶ୍ରୀଲେଦରସ୍ ଓ ଜିମକୁ ଜରିମାନା

ଅନୁଗୁଳ: ସ୍ଥାନୀୟ ହେମସୁରପଡା ଅଞ୍ଚଳରେ ଗତକାଲି ନୂଆ କରି ଖୋଲିଥିବା ଶ୍ରୀଲେଦରସ୍ ଦୋକାନ ଆଗରେ ଅଳିଆ ଜମା କରିବା, ବିନା ଟ୍ରେଡ ଲାଇସେନ୍ସରେ ବେପାର କରିବା ଅଭିଯୋଗରେ ପୌରପାଳିକା ପକ୍ଷରୁ ଆଜି ପାଞ୍ଚ ହଜାର ଟଙ୍କା ଫାଇନ କରାଯାଇଛି।

ସେହିଭଳି ସେହି ପାଖରେ ଖୋଲିଥିବା ଏକ ଜିମ ସର୍ବସାଧାରଣ
ରାସ୍ତାରେ ମନଇଚ୍ଛା ଗାଡ଼ି ପାର୍କିଂ କରିଥିବାରୁ ତାକୁ ଏକ ହଜାର ଟଙ୍କା ଫାଇନ କରାଯାଇଛି। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ କହିଛନ୍ତି ଯେ,ସହରକୁ ଆବର୍ଜନା ମୁକ୍ତ କରିବାକୁ ଭରପୁର ପ୍ରୟାସ କରାଯାଉଛି। ତେଣୁ କୌଣସି ବାଣିଜ୍ୟିକ ପ୍ରତିଷ୍ଠାନ ବା ସହରବାସୀ ମନ ଇଚ୍ଛା ଆବର୍ଜନା ପକାଇଲେ କଠୋର ପଦକ୍ଷେପ ନିଆଯିବ।

Share

Leave a Reply