ଅନୁଗୁଳ: ଗତ କାଲି ରାତି ପ୍ରାୟ ସାଢେ ୧୦ ଟା ବେଳକୁ ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କୁ ଖବର ମିଳିଲା କି ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ଗାନ୍ଧୀ ପାର୍କ ନିକଟରେ ଥିବା ହେଲଥ କରିଡର ବାଡା ଡେଇଁ କିଛି ଲୋକ ଭିତରେ ରୋଷେଇ କରୁଛନ୍ତି, ମଦ ପିଉଛନ୍ତି।ସେତେବେଳକୁ ସହରରେ ରାତି ସଫେଇ ପାଇଁ ପ୍ରସ୍ତୁତ ହେଉଥିବା ଅଧିକାରୀ ଓ ସଫେଇ କର୍ମଚାରୀଙ୍କୁ ତତ୍କାଳ ଖବର ଦିଆଗଲା। ସେମାନେ ଆସି ଦେଖିଲେ ସାତ ଆଠଟି ମିନି ଟ୍ରକର ଚାଳକ ଓ ହେଲ୍ପର ଗାଡି ସେଠାରେ ପାର୍କିଙ୍ଗ କରି ରୋଷେଇ କରୁଛନ୍ତି। ବୁଲି ବୁଲି ସାବୁନ, ଡିଟରଜେଣ୍ଟ, ମାଟି ତାୱା, ବେଡ଼ସିଟ ବିକୁଥିବା ଏହି ଦଳକୁ ହଟେଇବା ପାଇଁ ପୌର କର୍ମଚାରୀ ଗୋଡ଼ାଇ ଥିଲେ। ସେମାନଙ୍କୁ ପୌର ପାଳିକା ସୀମା ବାହାରେ ନେଇ ଛାଡି ଦିଆଯାଇଥିଲା।
ଏଠାରେ ସୂଚନା ଯୋଗ୍ୟ ଯେ, ମିନିଟ୍ରକରେ ଏହି ଯାଯାବର ସମ୍ପ୍ରଦାୟର ବେପାରି ମାନେ ଅନୁଗୁଳ ସହର ଭିତରେ ମନ ଇଚ୍ଛା ପାର୍କିଙ୍ଗ କରି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିଲେ।