CADLAB

ଫୁଲପଡା ବିଦ୍ୟୁତ ସବ୍-ଷ୍ଟେସନ ଉଦଘାଟିତ

0

ଅନୁଗୁଳ: ବଅଁରପାଳ ବ୍ଲକ ଫୁଲପଡା ନିକଟରେ ନିର୍ମାଣ ହୋଇଥିବା ବିଦ୍ୟୁତ ସବ-ଷ୍ଟେସନକୁ ସୋମବାର ଉଦ୍ଘାଟନ କରାଯାଇଛି। ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ମହିଧରପୁର, ତଳମୂଳ, ତଳମୂଳ ଶାସନ, ଫୁଲପଡା ଓ ସାନ୍ତରାପୁର’ଖ’ ପଞ୍ଚାୟତର ଲୋକମାନେ ବିଭିନ୍ନ ପ୍ରକାରର ଅସୁବିଧା ଭୋଗୁଥିଲେ। ୩୩/୧୧ ସବ ଷ୍ଟେସନ ଉଦଘାଟିତ ହେବା ଫଳରେ ଅଞ୍ଚଳବାସୀ ବିଦ୍ୟୁତ ସମସ୍ୟାରୁ ଉପକୃତ ହୋଇପାରିବେ ବୋଲି ଶ୍ରୀ ସିଂ କହିଛନ୍ତି। କାର୍ଯ୍ୟକ୍ରମରେ ବିଜେଡି ନେତା ବିଜୟ କୁମାର ନାଥ, ଅରୁଣାଭ ସିଂ, ଟିପିସିଓଡିଏଲର କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର ପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.