ଅନୁଗୁଳ: ଅନୁଗୁଳ ସହର ହାତୀଶାଳପଡ଼ାରେ ଥିବା ମିରାନିଆ ଫିଲିଂ ଷ୍ଟେସନରେ ଅପମିଶ୍ରତ ପେଟ୍ରୋଲ୍ ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ଟାଙ୍କିରେ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା। ଗୋଟିଏ ଟାଙ୍କିରେ ୨ଟି ରଙ୍ଗର ପେଟ୍ରୋଲ୍ ବାହାରିବାରୁ ଏହାର ମାନ ନେଇ ପ୍ରଶ୍ନ କରିଥିଲେ ଗ୍ରାହକ। ପେଟ୍ରୋଲ୍ରେ ପାଣି ମିଶା ଯାଉଥିବା ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ ସବୁଠାରୁ ବଡ଼ କଥା ହେଲା, ଟାଙ୍କିର ସବୁ ପଏଣ୍ଟରୁ ବୋତଲରେ ପେଟ୍ରୋଲ୍ ଦେଇ ହେବ ନାହିଁ କିଛି ନିର୍ଦ୍ଦିଷ୍ଟ ପଏଣ୍ଟରୁ ବୋତଲରେ ଦିଆଯିବ ବୋଲି ଟଙ୍କି କର୍ମଚାରୀ କହିବା ପରେ ଉତ୍ତେଜନା ବଢ଼ିଥିଲା। ଏମିତିକି ଉତ୍ତେଜନା ପରେ ଟାଙ୍କିକୁ ବନ୍ଦ କରିଦିଆଯାଇଥିଲା ପ୍ରାୟ ୩ ଘଣ୍ଟା କାଳ ଗ୍ରାହକ ଟାଙ୍କି ପାଖରେ ହୋହାଲ୍ଲା କରିଥିଲେ। ପରେ ପୁଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଅପରାହ୍ନରେ ପ୍ରଶାସନ ପକ୍ଷରୁ ତେଲର ମାନ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ଦୋଳଗୋବିନ୍ଦ ସାହୁ, ସିନିୟର ବୈଧ ମାପ ନିରୀକ୍ଷକ ପୃଥ୍ୱୀରାଜ ହାଁସଦା, ଏସିଏସ୍ ଅଧୀର ପ୍ରସାଦ ବିଶ୍ଵାଳ, ବଅଁରପାଳର ଯୋଗାଣ ନିରୀକ୍ଷକ ସତ୍ୟବ୍ରତ ସେଠୀ, ପୁଲିସ୍ ସବ୍ ଇନ୍ସପେକ୍ଟର ୱାସିମ୍ ଖାନ୍ ପହଞ୍ଚି ଓଜନ ଯାଞ୍ଚ କରିବା ସହ ତେଲର ମାନ ଯାଞ୍ଚ କରିଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ନମୁନା ପରୀକ୍ଷଣ କରାଯାଉଥିବା ବେଳେ ମଙ୍ଗଳବାର ରିପୋର୍ଟ ପ୍ରକାଶ ପାଇବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ତେଲ ଟାଙ୍କିରେ ପେଟ୍ରୋଲ ଅପମିଶ୍ରଣ ଅଭିଯୋଗ
- Post published:August 10, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul